ରୋଲାଣ୍ଡ ଫାର୍ମାସୀ କଲେଜରେ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ

ବ୍ରହ୍ମପୁର, ୪ ସେପ୍ଟେମ୍ବର (ଓଡ଼ିଆ ପୁଅ) : ଓଡ଼ିଶାର ଅଗ୍ରଣୀ ଫାର୍ମାସୀ ଶିକ୍ଷାନୁଷ୍ଠାନ, ବ୍ରହ୍ମପୁର ଖୋଡ଼ାସିଙ୍ଗି ସ୍ଥିତ ରୋଲାଣ୍ଡ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ଠାରେ ଏକ ଦୁଇଦିନିଆ କର୍ମଶାଳାର ଆୟୋଜିତ ହୋଇଯାଇଛି। “ହେଣ୍ଡ୍‌ସ ଅନ୍ ଟ୍ରେନିଂ ଅନ୍ କଂପ୍ରେସନ୍ ଏଣ୍ଡ୍ କୋଟିଂ ଅଫ୍ ଟାବ୍‌ଲେଟ୍‌ସ” ଶୀର୍ଷକ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠାନର ଫାର୍ମାସ୍ୟୁଟିକ୍‌ସ ବିଭାଗ ଦ୍ବାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ଏକ ଏବଂ ଦୁଇ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଫାର୍ମାସୀ ଶେଷବର୍ଷ ତଥା ସ୍ନାତକ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିନ ପୂର୍ବାହ୍ନରେ ଏହି କର୍ମଶାଳାର ଉଦଘାଟନୀ ଉତ୍ସବ ଅନୁଷ୍ଠାନର ସେମିନାର କକ୍ଷରେ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଚେୟାର ପର୍ସନ ଶ୍ରୀମତି ଜେ ଜୟଲକ୍ଷ୍ମୀ ଏବଂ ନିର୍ଦ୍ଦେଶକ ଡା ଜେ ସୂର୍ଯ୍ୟା ରାଓ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ଡଃ ବି ଭି ଭି ରବିକୁମାର, ଉପାଧ୍ୟକ୍ଷ ଡଃ ସିଏଚ୍. ନିରଞ୍ଜନ ପାତ୍ର, ଅଧ୍ୟାପକ ଶ୍ରୀ ଗୌତମ କୁମାର ଜେନା ସମେତ ଡଃ ରେଡ଼ିସ୍ ଲ୍ୟାବ, ବିଶାଖାପାଟଣାର ବୈଷୟିକ ବିଶେଷଜ୍ଞ ଶ୍ରୀ ଜଗତ ଜ୍ୟୋତି ସାହୁ ଏବଂ ଶ୍ରୀ ଦୁର୍ଗାପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଜଗତ ଜ୍ୟୋତି ସାହୁ ସାଂପ୍ରତିକ ସମୟରେ ବିଭିନ୍ନ ଔଷଧ ଶିଳ୍ପରେ ବ୍ୟବହାର ହେଉଥିବା ଆଧୁନିକ ଜ୍ଞାନକୌଶଳ ବିଷୟରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ଭବିଷ୍ୟତ ପାଇଁ କେମିତି ପ୍ରସ୍ତୁତ ହେବାକୁ ହେବ ସେହି ବିଷୟରେ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ଶ୍ରୀମତି ସସ୍ମିତା ପାଢ଼ୀ ଏବଂ ଅଧ୍ୟାପକ ଶ୍ରୀ ରିତେଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଶ୍ରୀ ଜସମା ଜେନା ଏବଂ ଶ୍ରୀମତି ପ୍ରତିଭା ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଶ୍ରୀ ଦେବାଶିଷ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାକୁ ସୂଚାରୁ ରୂପେ ପରିଚାଳନା କରିବାପାଇଁ ଅଧ୍ୟାପକ ଶ୍ରୀ ଦୀପକ ଷଡ଼ଙ୍ଗୀ, ଶ୍ରୀ କୃଷ୍ଣ ପ୍ରସାଦ ଦାସ ଏବଂ ଅଧ୍ୟାପିକା ଶ୍ରୀମତି ମୋନାଲିସା ମହାପାତ୍ର ସମେତ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ତାଲିମ ପାଇଥିଲେ।

Leave a Reply

Your email address will not be published. Required fields are marked *