ରୋଲାଣ୍ଡ ଫର୍ମାସି କଲେଜରେ ଜାତୀୟ ଫର୍ମାସି ସପ୍ତାହ ପାଳିତ

ବ୍ରହ୍ମପୁର, ୫-୧୨ (ଓଡ଼ିଆ ପୁଅ) : ବ୍ରହ୍ମପୁର ସ୍ଥିତ ରୋଲାଣ୍ଡ ଫର୍ମାସି କଲେଜରେ ଜାତୀୟ ଫର୍ମାସି ସପ୍ତାହ ଉଦଯାପିତ ହୋଇ ଯାଇଛି। ଆଜି ଅପରାହ୍ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡା ସୁନୀଲ କୋଟା, ସମ୍ମାନିତ ଅତିଥି ଡ଼ଃ ତପନ କୁମାର ଦାସ, ଚେୟାରପାର୍ଶନ ଜେ ଜୟଲକ୍ଷ୍ମୀ, ନିର୍ଦେଶକ ଡା ଜେ ସୂର୍ଯ୍ୟା ରାଓ, ଅଧ୍ୟକ୍ଷ ଡ଼ଃ ଏମ ଇ ଭନୋଜି ରାଓ, ଉପାଧ୍ୟକ୍ଷ ଡ଼ଃ ବି ଭି ଭି ରବିକୁମାର, ଅଧ୍ୟାପକ ଡ଼ଃ ସି ଏଚ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ସୌମ୍ୟସ୍ତୁତି ପଟ୍ଟନାୟକ ପରିଚାଳନା କରିଥିଲେ, ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ଅଧ୍ୟାପକ ଗୌତମ ଜେନା, ଦୀପକ ଷଡଙ୍ଗୀ, ଛାତ୍ରୀ ଅପୂର୍ବା ଦେବଶ୍ରୀୟ ସପ୍ତାହର ମହତ୍ବ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ରେ ଆୟୋଜିତ ଦୁଇ ଦିନିଆ କର୍ମଶାଳା ମଧ୍ୟ ଉଦଯାପିତ ହୋଇଥିଲା। ଅତିଥିମାନେ ଛାତ୍ରଛାତ୍ରୀ ଙ୍କୁ ସ୍ଵାସ୍ଥ୍ୟ ସେବାପାଇଁ ଉତ୍ତମ ଭାବରେ ପ୍ରସ୍ତୁତ ହୋଇରହିବା କଥା ବକ୍ତବ୍ୟରେ କହିଥିଲେ। ସ୍ବାସ୍ଥ୍ୟ ସେବାରେ ଫର୍ମାସିଷ୍ଟଙ୍କ ମହତ୍ବ ଓ ଦାୟିତ୍ୱବୋଧ ବିଷୟକୁ ସେମାନେ ଗୁରୁତ୍ବ ଦେଇଥିଲେ। ଫର୍ମାସି ସପ୍ତାହ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ଅଧ୍ୟାପକ ଦେବାଶିଷ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *