ଜିଲ୍ଲା ପରିକ୍ରମା

ରୋଟାରୀ ୫୦ ବର୍ଷ ପୂର୍ତିରେ ଲୋଗୋ ଉନ୍ମୋଚନ

ପୁରୀ, ୧୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆଗାମୀ ଏପ୍ରିଲ ୧୦ ତାରିଖରେ ରୋଟାରୀ କ୍ଲବ ପୁରୀ ପାଳନ କରିବ। ୫୦ ତମ ପ୍ରତିଷ୍ଠା ଉତ୍ସବ। ଏହି ପରିପ୍ରେକ୍ଷୀରେ କ୍ଲବର ୫୦ ବର୍ଷ ଫୂର୍ତି ଉତ୍ସବ ଉନ୍ମୋଚିତ ହୋଇଛି। ରୋଟାରୀ କମ୍ୟୁନିଟି ସେଟଂର ପରିସରରେ ଆୟୋଜିତ ଉତ୍ସବରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପୂର୍ତି ଉତ୍ସବ ଲୋଗକୁ ଆନୁଷ୍ଠାନିକ ଭାବେଉନ୍ମୋଚନ କରୁଥିଲେ। ଏଥିସହ ବରିଷ୍ଠ ରୋଟାରିଆନ ନରେନ୍ଦ୍ର ପାତ୍ର ଓ ଗୋକୁଳନନ୍ଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରୀ କ୍ଲବର ସଭାପତି ଭକ୍ତୁରଣ ଦାସ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ରୋଟାରୀଆନ ତଥା ସୁବଣ୍ଣଜୟନ୍ତିୀ ଉତ୍ସବ କମିଟି ସଭାପତି ବିଜୟ କୁମାର ପତି ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ବକ୍ତବ୍ୟ ରଖି ରୋଟାରୀ ଜିଲ୍ଳା ଗଭର୍ଣ୍ଣଣ ଶ୍ରୀ ଅଗ୍ରୱାଲ କହିଲେ ୫୦ ବର୍ଷ ଧରି ଏହି କ୍ଲବ ରୋଟାରୀର ଲ୪ ଓ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ ଆସିଛି। ସମାଜସେବା କ୍ଷେତ୍ରରେ ଅନ୍ୟ ରୋଟାରୀ କ୍ଲବ ପାଇଁ ଏହା ଉଦାହରଣ। କ୍ଲବ ଏପରିପ୍ରକଳ୍ପ ପ୍ରସ୍ତୁତ କରୁ ଯାହା ଲୋକଙ୍କ କାର୍ଯ୍ୟରେ କ୍ଲବର ସଦସ୍ୟମାନେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ରୋଟାରୀ ଜିଲ୍ଲାର ଆଗାମୀ ମନୋନିତ ଗଭର୍ଣ୍ଣର ଭବାନୀ ପଅସାଦ ଚୈାଧୁରୀ ଏବଂ ସୈାମ୍ୟ ମିଶ୍ର, ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ କ୍ଲବ କାର୍ଯ୍ୟାଧାରର ଉଚ୍ଚ ପ୍ରଶଂସା କରିଥିଲେ। ଇନର ହୁଇଲ୍ ସଭାପତି ଅମିତା ଦାସ, ଏବଂ ସଂପାଦିକା, ସ୍ୱାଗତିକା ରାଉତରାୟ, ଉତ୍ସବରେ ଉପସ୍ଥିତ ଥିବା ବେଳେ ରୋଟାରିଆନ ଦେବୀ ପ୍ରସନ୍ନ ନନ୍ଦ, ଜୟ ଦାସ ଗୁପ୍ତ, କେଦାରନାଥ ଚୈାଧୁରୀ, ପ୍ରମୋଦ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କାରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top