ଜିଲ୍ଲା ପରିକ୍ରମା

ରୋଟାରୀ କ୍ଳବ ପ୍ରତିଷ୍ଠା ଦିବସ

ପୁରୀ:୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରୋଟାରୀ କ୍ଳବ ଅଫ୍ ଶ୍ରୀଜଗନ୍ନାଥ ଧାମର ୧୮ତମ ପ୍ରତିଷ୍ଠା ଦିବସ ହୋଟେଲ ହଲିଡ଼େ ରିସର୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରୋଟାରୀ ଜିଲ୍ଲା ପ୍ରାକ୍ତନ ଗଭର୍ଣ୍ଣର ଦିଲ୍ଲୀପ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଉଦଘାଟକ କରିଥିଲେ। କ୍ଳବର ସଭାପତି ମନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂମ୍ପାଦକ ସୁକାନ୍ତ କୁମାର ସେଠୀ କ୍ଳବ ପକ୍ଷରୁ ବର୍ଷକ ମଧ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ଏହି ଅବସରରେ କ୍ଳବର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ରାମନାରାୟଣ ଖୁଟିଆଙ୍କ ସ୍ମୃତିରେ ବ୍ରଜବନ୍ଧୁ ମହାରଣା, ଶ୍ୟାମ ପ୍ରକାଶ ସେନାପତି, ରୋଜାଲିନ୍ ମହାନ୍ତି, ପ୍ରମୋଦ ଆଚାର୍ଯ୍ୟ, ଶିଷ୍ଟର ମ୍ୟାରୀଜର୍ଜ ଏବଂ ଜୟନ୍ତୀ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସଂମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱର୍ଗତ ଖୁଟିଆଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ଖୁଟିଆ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରୋଟାରୀ ଜିଲ୍ଲାର ମନୋନୀତ ଗଭର୍ଣ୍ଣର ସୈାମ୍ୟ ମିଶ୍ର।ପ୍ରାକ୍ତନ ଗଭର୍ଣ୍ଣର ରବିନାରାୟଣ ନନ୍ଦ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ସୈାମେନ୍ଦ୍ର ପରିଡ଼ା ପ୍ରମୁଖ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ କ୍ଳବ କାର୍ଯ୍ୟଧାରାର ଭୂୟଶୀ ପ୍ରଶଂସା କରିଥିଲେ। ଶେଷରେ ରୋଟାରୀଆନ ସୁବାସ ପରିନା ଧନ୍ୟବାଦ ଅର୍ପର କରିଥିଲେ। ପ୍ରଭୁଦତ ସୁବୁଦ୍ଧି, ରବି ନାରାୟଣ ଖୁଟିଆ, ଦେବାଶିଷ କୁମାର, ରବିନାରାୟଣ ସାହୁ, ବିଭୁଦର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top