ରୋଟାରୀ କ୍ଲବ ଭଦ୍ରକର ଯାତ୍ରୀ ବିଶ୍ରାମାଗାର ଉଦ୍ଘାଟିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପବିତ୍ର ସ୍ୱାଧିନତା ଦିବସ ପାଳନ ଅବସରରେ ରାନ୍ଦିଆ ବଜାରରେ ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ରୋଟାରି କ୍ଲବ ଭଦ୍ରକ ଆନୁକୁଲ୍ୟରେ ଏକ ଯାତ୍ରୀ ବିଶ୍ରାମାଗାର ଉଦ୍ଘାଟିତ ହୋଇଯାଇଛି ।ଏହାକୁ ରୋଟାରୀ କ୍ଲବ ଭଦ୍ରକର ପୁର୍ବତନ ସଭାପତି ତଥା ଅଧୁନା ସହକାରୀ ଗଭର୍ଣର ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଉଦ୍ଘାଟନ କରିଥିଲେ । ରୋଟାରୀ କ୍ଲବର ସଭାପତି ରୋଟାରିଆନ ଅଜିତ ଦାସଙ୍କ ସଭାପତିତ୍ୱରେ ଅୟୋଜିତ ସଭାରେ ସମ୍ମାନିତ ଅତିଥି ଭାବରେ ସଂପାଦକ ମନୋଜ ସାହୁ, ରୋଟାରିଆନ ଇନ୍ଦ୍ରଜିତ ସାହୁ, ଶାନ୍ତି ସ୍ୱରୁପ ମିଶ୍ର, ଫେକର କମ୍ପାନିର ଚିଫ୍ ଏକ୍ଜିକ୍ୟୁଟିଭ୍ ପି.ଜି. ସୁରେଶ କୁମାର ସ୍ତାନୀୟ ସରପଂଚ ମନୋରଞ୍ଜନ ପୁହାଣ, ସମିତି ସଭ୍ୟା ରଶ୍ମିତା ମହାପାତ୍ର ଯୋଗ ଦେଇଥିଲେ । ଭଦ୍ରକର ବିଶିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଗୁପ୍ତାଙ୍କ ଜମିଦାନରେ ରୋଟାରୀକ୍ଲବ ଦ୍ୱାରା ନିର୍ମିତ ଗୃହର ଉଦ୍ଘାଟନି ସଭାରେ ରାନ୍ଦିଆଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ରୋଟାରୀ କ୍ଲବର ଏହି ଅଭିମୂଖ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।ଉକ୍ତ ସଭାରେ ଆଇନଜିବୀ ସନ୍ତୋଷ ଦାସ ଅତିଥି ପରିଚୟ ପ୍ରଦାସନ କରିଥିବାବେଳେ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ରୋଟାରିଆନ ଜୟନ୍ତ ବାରିକ, ଯୁବନେତା ବୁଲୁ ମହାପାତ୍ର , ବାପୁନା ମିଶ୍ର ଙ୍କ ତତ୍ୱାବଧାନରେ ନିର୍ମିତ ଉକ୍ତ ବିଶ୍ରାମାଗାରଟି ଜନସାଧାରଣଙ୍କ ପାଇଁ ଏକ ଅମୂଲ୍ୟ ଅବଦାନ ବୋଲି ଉପସ୍ଥିତ ଅତିଥି ଓ ଜନସାଧାରଣ ମତବ୍ୟକ୍ତ କରିଥିଲେ । ବିଶ୍ରାମାଗାରର ସମ୍ମୁଖ ରାସ୍ତା ନିର୍ମାଣରେ ଫେକର କମ୍ପାନୀର ସହଯୋଗକୁ ସମସ୍ତେ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାନ୍ଦ୍ିଆ ଗ୍ରାମର ରଙ୍ଗ ବଲ୍ଲଭ ଜେନା, ସୌମ୍ୟକାନ୍ତ ଉପାଧ୍ୟାୟ,ଗଙ୍ଗାଧର ରାଉଳ, ଚାର୍ଜକ୍ରୋମ ପ୍ଲାନ୍ଟର ସଂପାଦକ ସୁଜାତ ମହାପାତ୍ର, ସଭାପତି ବାପୁଜି ପାଣିଗ୍ରାହଙ୍କ ସମେତ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ସଭାପତି କ୍ଲବର ପୋଷ୍ୟଗ୍ରାମ ଡଗମୁଣ୍ଡା ଠାରେ ପତାକା ଉତୋଳନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ବୈରାଗି ଧଳ, ନିର୍ମଳ ମହାନ୍ତି, ସିତାକାନ୍ତ ଦାସ,ଗୟାଧର ପଣ୍ଡା, ବିଚତ୍ରାନନ୍ଦ ଦାସ,ଉମାକାନ୍ତ ଜେନା ପ୍ରମୁଖ ସହେଯାଗ କରିଥିଲେ ।

Leave a Reply

Your email address will not be published. Required fields are marked *