Home ଜିଲ୍ଲା ପରିକ୍ରମା ରୋଟାରି କ୍ଲବ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ଓ ମାଗଣାରେ ପରୀକ୍ଷା

ରୋଟାରି କ୍ଲବ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ଓ ମାଗଣାରେ ପରୀକ୍ଷା

159

ମାଲକାନଗିରି,୧୪ା୧୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ଦୁର୍ଗାପୂଜା ମଣ୍ଡପ ନିକଟରେ ଜିଲ୍ଲାରୋଟାରୀ କ୍ଲବ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ଶତାଧିକ ଲୋକଙ୍କୁ ମାଗଣାରେ ମଧୁମେହ ଓ ରକ୍ତଚାପ ପରୀକ୍ଷା କରା ଯାଇ ଔଷଧ ଦିଆଯାଇଥିଲା ।ଏହି ଶିବିରକୁ  ଡାକ୍ତର ସପନକୁମାର ଧିଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଜିଲ୍ଲାରୋଟାରୀ କ୍ଲବର ସଭାପତି ଜି.ଶ୍ୟାମ ବାବୁ ଦୋରା,ପୁବ ର୍ତନ ସଭାପତି ସୁଶାନ୍ତ କୁମାର ସାମଲ,ସଂପାଦକ ଗୌରି ଶଙ୍କର ପଣ୍ଡା, ଜଗଦିଶ ତ୍ରୀପାଠୀ, ସୁରେନ୍ଦ୍ର ନାଥ ପାଢି,, ଦେବବ୍ରତସନା,ଲବ ସାହୁ,ରାମକୃଷ୍ଣ ଚୌଧୁର.ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ । ଏହି ଶୀବର ରେ ୨୫୦ଜଣ ଲୋକ ନିଜନିଜ ମଧୁମେହ ଓ ରକ୍ତଚାପ ମାଗଣାରେ ପରୀକ୍ଷା କରିଥିଲେ । ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଭିନ୍ନ ହସପିଟାଲରେ ବିଶ୍ୱ ଡାଇବେଟିସ୍ ଦିବସ ପାଳିତ ହୋଇ ଯାଇଛି । ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ସହ ମାଗଣାରେ ମଧୁମେହ ଚିହ୍ନଟ କରାଯାଇଥିଲା ।ଏହି ଶିବୀରରେ ଡାକ୍ତର ଅମରେନ୍ଦ୍ର କୁମାର ମହାନ୍ତି ଓ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ରହି ମାଗଣାରେ ମଧୁମେହ ପରୀକ୍ଷା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.