ରୋଗୀ ସେବା କ୍ଷେତ୍ରରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ: ଜିଲ୍ଲାପାଳ

 

ଯାଜପୁର-୨୩/୮(ଓଡିଆ ପୁଅ /ଏ.ରାଉତ) ରୋଗୀସେବା କ୍ଷେତ୍ରରେ କୌଣସି ଅବହେଳା ବା ଅଣଦେଖାକୁ ବରଦାସ୍ତ କରାଯିବ ନାହଁ । ବରଂ ଏଥିରେ ଖିଲାପ କରୁଥିବା ଯେ କୌଣସି ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା୍ଲପାଳ ରଂଜନ କୁମାର ଦାସ କଡ଼ା ଭାଷାରେ ସତର୍କ କରାଇଦେଇଛନ୍ତି । ଗତ ଦୁଇଦିନ ଧରି ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭରମାନେ ନିଜର କିଛି ଦାବି ଓ ଅନ୍ୟ ଜିଲ୍ଲାର ଜନୈକ ଡ଼୍ରାଇଭରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆନେ୍ଦାଳନ କରିବା ସହ ରୋଗୀ ସେବା ଅଚଳ କରିଦେଇଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀଦାସ ଓ ଏସ୍.ପି. ଚରଣ ସିଂ ମୀନା ଏ ସଂପର୍କରେ ଡ଼୍ରାଇଭର ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ବିବିଧ ଦାବିକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଓ ସହୃଦୟତାର ସହ ବିଚାର ପାଇଁ ପଦକ୍ଷେପ ନେବାକୁ ଜିଲା୍ଲପାଳ ଆଶ୍ୱାସନା ଦେବା ପରେ ଡ଼୍ରାଇଭରମାନେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନେ ପୁନର୍ବାର ଆନେ୍ଦାଳନ ଜାରି ରଖିଥିଲେ । ପୁଣିଥରେ ବୁଝା ବୁଝି ପରେ ଡ଼୍ରାଇଭରମାନେ ମଙ୍ଗଳବାର ରାତ୍ର ୯.୪୦ମିନିଟ ସମୟରେ ଯାଜପୁର ଥାନାରେ ଲିଖିତ ଭାବେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଗୁରୁବାର ସକାଳୁ ପୁଣି ଥରେ କାର୍ଯ୍ୟ ବନ୍ଦ କରି, ୧୦୮ ଆମ୍ବୁଲାନ୍ସ ଥୋଇ, ଜି.ପି.ଏସ୍. ସିଷ୍ଟମକୁ ବନ୍ଦ କରି ରୋଗୀ ସେବାରେ ଗୁରୁତର ଅବହେଳା କରିଥିଲେ । ବୁଧବାର ବିଭିନ୍ନ ଜିଲ୍ଲାରେ ଡ଼୍ରାଇଭରଙ୍କର ଏହିଭଳି ମନମାନୀ କାର୍ଯ୍ୟ ନେଇ ସ୍ୱାସ୍ଥ୍ୟ ସଚିବ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ରୋଗୀ ସେବା ଜାରିରଖିବାକୁ ପରିବର୍ତ୍ତିତ ପଦକ୍ଷେପ ନେବାକୁ ଜିଲ୍ଲପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଦାସ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭରମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ସତ୍ତ୍ୱେ ବିଫଳ ହେବାରୁ ଏସ୍ମା ଲାଗୁ କରିବା ସହ ସେମାନଙ୍କର ଡ଼୍ରାଇଭିଂ ଲାଇସେନ୍ସଙ୍କୁ ସିଜ୍ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ରୋଗୀ ସେବା କ୍ଷେତ୍ରରେ ଏହିଭଳି ଗୁରୁତର ଅବହେଳା କରୁଥିବାରୁ ଆଇନ ଅନୁସାରେ ଏହିଭଳି କାର୍ଯ୍ୟାନୁଷ୍ଠାନ ପରେ ଡ଼୍ରାଇଭରମାନେ ବାଧ୍ୟ ହୋଇ ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେବା ସହ ରୋଗୀ ସେବାରେ ଅବହେଳା କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ବାରମ୍ବାର ଏହିଭଳି ଡ଼୍ରାଇଭରମାନଙ୍କର ରୋଗୀ ସେବା ବ୍ୟାହତ କ୍ଷେତ୍ରରେ ଅଯଥା ଆନେ୍ଦାଳନକୁ ସମସ୍ତେ ନାପସନ୍ଦ କରୁଥିବାବେଳେ ରୋଗୀମାନେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ଼୍ରାଇଭରମାନଙ୍କ ଡ଼୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ଜବତ କରାଯାଇଛି ଓ ଭବିଷ୍ୟତରେ ଏହିଭଳି ଅଯଥା କାରଣରେ ସେମାନେ ରୋଗୀସେବାରେ ଅବହେଳା କଲେ ଡ଼୍ରାଇଭିଂ ଲାଇସେନ୍ସକୁ ସଂପୂର୍ଣ୍ଣ ରଦ୍ଦ କରାଯାଇପାରେ ବୋଲି ଜିଲ୍ଲାପାଳ ସତର୍କ କରାଇବା ସହ ରୋଗୀ ସେବାରେ କୌଣସି ସାଲିସ୍ କରାଯାଇପାରିବ ନାହିଁ ବୋଲି ସମସ୍ତଙ୍କୁ ସତର୍କ କରାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *