ad
ଜଗତସିଂହପୁର

ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣି ବଡ଼ି ବୈଠକ

ପୁରୀ, ୦୩/୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ ସମିତି ଗଭର୍ଣ୍ଣି ବଡିବୈଠକ ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା, ଆଇସିୟୁର ଅଭାବ, ୱାର୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ଏସି, ପ୍ୟାନର ଅଚଳାବସ୍ଥା ଉପରେ ବିସ୍ତୃତ ଭାବେ ଭାବେ ଆଲୋଚନା ହୋଇଥିଲା।ଶଲ୍ୟ ଓ ସ୍ତ୍ରୀ ରୋଗ ବିଭାଗରେ ରୋଗୀ ସେବା ମିଳୁନଥିବାରୁ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ। ରଥଯାତ୍ରୀ ପୂର୍ବରୁ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତି ହୋଇଛି।।ସେହିଭଳି ରୋଗୀ କଲ୍ୟାଣ ସମିତି ରୁ ପ୍ରଦାନ ପାଇଁ ନିଷ୍ପତି ହୋଇଛି। ବୈଠକ ଆରମ୍ଭ ରୁ ଆଇସିୟୁ ଅଭାବ, ଏସି ପ୍ୟାନ, ଲାଇଟ୍ ଆଦି ଅଚଳାବସ୍ତାକୁ ନେଇ ହୋହଲ୍ଲା ହୋଇଥିଲା। ଆଗକୁ ଖରାଦିନ ସହ ରଥଯାତ୍ରା ଆସୁଥିବାରୁ ତୁରନ୍ତ ଅଚଳ ଏସି, ଫ୍ୟାନ୍ ମରାମତି ସହ ନୂଆ ଲାଇଟ୍ ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଥିଲା। ଆଇସିୟୁ, ଏସ୍ଏନସିଯୁ, ଓଟି, ଅଂଶଘାତ ୱାର୍ଡରେ ସ୍ୱତନ୍ତ୍ର ଡାକ୍ତର, କର୍ମଚାରୀ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୬ ଟି ଆଇସିୟୁ ଥିବାବେଳେ ଏହି ସଂଖ୍ୟାାକୁ ବୃଦ୍ଧି ପାଇଁ ଦାବି ଉଠିଥିଲା। ଏହାର ତ୍ୱରିତ ପ୍ରତିକାର ସ୍ୱରୂପ ଆଇସିୟୁ ଖୋଲିବାକୁ ସ୍ଥିର ହୋଇଛି। ଡାଇଲିସିସ୍ କେମୋ ଥୋରାପି ୟୁନିଟ୍ କୁ ରାମ୍ପି ବ୍ୟବସ୍ଥା ନଥିବାରୁ ଦିବ୍ୟାଙ୍ଗ ରୋଗୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଇଲେକ୍ଟରା ଲାଇଟ୍ ମେସିନ୍ ଅଟକି ପଡିଥିବାରୁ ଏହା ବଦଳରେ ନୂଆ ମେସିନ୍ ଲଗାଇବାକୁ ନିଷ୍ପତି ହୋଇଥିଲା। ଏ ସଂମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ର ନିଦାନ ବିଭାଗକୁ ଚିଠି କରାଯାଇଥିବା ଜଣାପଡିଛି। ଠିକା ଓ ଆଉଟ୍ ସୋସିଂ କର୍ମଚାରିଙ୍କ ଦରମା ପ୍ରଦାନକୁ ନେଇ ଲାଗିରହିଥିବା ବିବାଦ ଉପରେ ବିସ୍ତୃତ ଆଲୋଚନା ପରେ ଆର୍ କେ ଏସ୍ ରେ ଥିବା ୨୫ ଲକ୍ଷ ଟଙ୍କା ରୁ ବକେୟା ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା। ହେହେତୁ ରୋଗୀଙ୍କ ଠାରୁ ୟୁଜସିଂଫି ଆଦାୟ ବନ୍ଦ ହୋଇଯାଇଛି। ଯେଉଁ କର୍ମଚାରୀମାନେ ରୋଗୀ କଲ୍ୟାଣ ସମିତି ଓଜିଲ୍ଲା ସ୍ୱାସ୍ଥ୍ୟ ସମିତି ରେ କାମ କରୁଥିଲେ। ସେମାନଙ୍କୁ ନିର୍ମଳ ଯୋଜନାରେ ଥଇଥାନ ପାଇଁ ପ୍ରସ୍ଥାବ ଦିଆଯାଇଥିଲା। କିନ୍ତୁ ଏହି ପ୍ରସ୍ତାବରେ କର୍ମଚାରୀମାନେ ସହମତି ପ୍ରକାଶ କରିନାହାନ୍ତି। ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ରୁଦ୍ରସିଂହ ଘନଶ୍ୟାମ ମର୍ଦ୍ଦରାଜ, ତ୍ରିଲୋଚନ ବରାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top