ରେଡ଼କ୍ରସ ଦିବସ ଅବସରରେ ଅନୁଷ୍ଠିତ ଉତ୍ସବ

ପୁରୀ:୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀରେ ପାଳିତ ହୋଇଛି ବିଶ୍ୱ ରେଡ଼କ୍ରସ ଦିବସ। ଏହି ଅବସରରେ ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। ସଦ୍ ଭାବନା ସଭାଗୃହରେ ଆୟୋଜିତ ସଭାକୁ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ଦାସ୍ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି କହିଲେ ସେବା ଓ ସମର୍ପଣର ଅନ୍ୟତମ ଶ୍ରେଷ୍ଠ ସଂଗଠନ ହେଉଛି ରେଡ଼କ୍ରସ। ଆମ ଜିଲ୍ଲାରେ ରେଡ଼କ୍ରସ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ପ୍ରଶଂସନୀୟ। ଭାଗିଦାରୀ ମାଧ୍ୟମରେ ପ୍ରତ୍ୟେକ ରେଡ଼କ୍ରସର ଆଦର୍ଶକୁ ପ୍ରତିଜୀବିତ କରିବା ଦରକାର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଉଦ୍ଭମ ସମନ୍ୱୟ ରହିଲେ ଜିଲ୍ଲାରେ ରେଡ଼କ୍ରସର କାର୍ଯ୍ୟଧାରା ତ୍ୱରାନୀତ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ରେଡ଼କ୍ରସର ସଂମ୍ପାଦକ ସୁମନ୍ତ କୁମାର କର ସଭାରେ ଅଧିକ୍ଷଣ କରି ରେଡ଼କ୍ରସ ଦିବସ ପାଳନର ଆଭିମୁଖ୍ୟ ସଂର୍ପକରେ ସମ୍ୟକ୍ ସୂଚନା ନେଇଥିଲେ। ରେଡ଼କ୍ରସର ଆଜୀବନ ସଦସ୍ୟ ତଥା ସମାଜସେବା ଚକ୍ରଧର ମହାପାତ୍ର ବ୍ଲକ ସ୍ତରରେ ରେଡକ୍ରସ ୟୁନିଟ୍ ଗଠନ କରାଗଲେ ହୋଇ କାର୍ଯ୍ୟଧାରା ତ୍ୱରାନୀତ ହୋଇପାରୁଛି ବୋଲି ମତଦେଇଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନକରିଥିବା ବେଳେ ରେଡ଼କ୍ରସର ଯୁଗ୍ମ ସମ୍ପାଦିକା ଗୀତାଞଳୀ ପଣ୍ଡା ଓ ଶ୍ୟାମ ପ୍ରକାଶ ସେନାପତି ମଂଚାସୀନ ଥିଲେ।

Leave a Reply

Your email address will not be published. Required fields are marked *