ଜିଲ୍ଲା ପରିକ୍ରମା

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର

ପୁରୀ, ୨୯/୩(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): -ରେଡ଼କ୍ରସ୍ ପକ୍ଷରୁ ବାତ୍ୟା ଓ ଦୁର୍ବିପାକ ସମୟରେ ପରିଚାଳନା ଓ ସହାୟତା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଶିବିରକୁ ଜିଲ୍ଲା ରେଡ଼କ୍ରସ୍ ସମିତିର ସମ୍ପାଦକ ପ୍ରସନ୍ନ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି ରେଡ଼କ୍ରସ୍ ର ଆଜିବନ ସଦସ୍ୟମାନେ ଦୈବଦୁର୍ବିପାକ ସମୟରେ କିଭଳି ଧୈର୍ଯ୍ୟର ସହ କାର୍ଯ୍ୟକରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ସହାୟତା ଓ ସହୋଯୋଗ ଉପରେ ସେହି ଗୁରୁତ୍ୱ ଆରୋପ କରିଥିଲେ। ଡେପୁଟି କଲେକ୍ଟର ସୁମନ୍ତ କୁମାର କର ଓ ଇପ୍ସିତ ନାୟକ ଶୀବିରରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରେଡ଼କ୍ରସର ଆଜୀବନ ସଦସ୍ୟଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ରେଡ଼କ୍ରସ୍ ର ୪୦ ଜଣ ଆଜିବନ ସଦସ୍ୟ ଯୋଗଦେଇଥିବାବେଳେ, ଏକ୍ସପଟ୍ ମାନଙ୍କ ଦ୍ୱାରା ସେମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top