ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

କେନ୍ଦ୍ରାପଡା ୧୪/୧୧– ( ଓଡିଆ ପୁଅ / ଚିତ୍ତରଞ୍ଜନ ଦାସ ) ଉତ୍ତର ଭାରତ ଶିକ୍ଷା ଟ୍ରଷ୍ଟ,ଅନ୍ତର୍ଜାତୀୟ ମଧୁମେହ ସଂଗଠନ ଓ ବିଶ୍ୱ ମଧୁମେହ ସଂଗଠନଙ୍କ ସହାୟତାରେ କେନ୍ଦ୍ରାପଡା ଜିଲ୍ଲାର ରେସ୍ୱା ସ୍ୱେଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଆଜି ଶତାଧିକ ଯୁବ ମଧୁମେହ ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିସ୍ôାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ପଦଯାତ୍ରାକୁ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ୮ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟା ଜ୍ୟୋସ୍ନ୍ାରାଣୀ ଜେନା,ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ,ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ (ଜନସ୍ୱାସ୍ଥ୍ୟ) ଡା.ମିର୍ଜା ବାବର ବେଗ ପ୍ରମୁଖ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଧୁମେହ ରୋଗର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ପଦଯାତ୍ରା ଖଡିଅଙ୍ଗରୁ ବାଇପାସ ରାସ୍ତାରେ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରୁ ସହରର ମୁଖ୍ୟରାସ୍ତାରେ କାକଟ,ବଡହାଟ,ପୁରୁଣା ବସଷ୍ଟାଣ୍ଡ ଓ ସାନ୍ତସାହି ଦେଇ ରେସୱା ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ପହଁଚିଥିଲେ । ଚଳିତ ବର୍ଷ ପାଇଁ ଥିମ ରହିଛି “ମହିଳା ଓ ମଧୁମେହ” ଏବଂ ସ୍ଲୋଗାନ ରହିଛି “ ସୁସ୍ଥ ଭବିଷ୍ୟତ ଆମର ଅଧିକାର” । ପଦଯାତ୍ରାରେ ଅଂଶଗ୍ରହଣ କାରି ସ୍ୱେଛାସେବୀ ଓ ଯୁବ ମଧୁମେହ ଶିକ୍ଷାର୍ଥୀମାନେ ହାତରେ ସଚେତନତାଧର୍ମୀ ପ୍ଲାକାର୍ଡମାନ ଧରି ସ୍ଲୋଗାନଦେଇ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଜନ ସଚେତନତା ସ୍ୃଷ୍ଟି କରିଥିଲେ । ଜିଲ୍ଲାରେ ୪୫୦ରୁ ଉଦ୍ଧ୍ୱର୍ ଯୁବକ,ଯୁବତୀଙ୍କୁ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ତାଲିମ ଦିଆଯାଇ ସେମାନଙ୍କୁ ଯୁବ ମଧୁମେହ ଶିକ୍ଷାର୍ଥୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ । ଏହି ଶିକ୍ଷାର୍ଥୀମାନେ ଜିଲ୍ଲାର ବିଭିନ୍ନ ଗ୍ରାମପଁଚାୟତରେଥିବା ଗ୍ରାମ ଗୁଡିକୁ ଯାଇ ପ୍ରତ୍ୟେକ ଘରକୁ ଘର ବୁଲି ସର୍ଭେ କରି ମଧୁମେହ ରୋଗୀମାନଙ୍କୁ ଚିହ୍ନଟ କରିବା ସହିତ ସେହି ରୋଗୀମାନଙ୍କୁ ନିକଟସ୍ଥ ପରାମର୍ଶ କେନ୍ଦ୍ର ଗୁଡିକରେ ସଂଯୋଗ କରାଇବେ । ଏହି ପରାମର୍ଶ କେନ୍ଦ୍ର ଗୁଡିକରେ ରୋଗୀମାନଙ୍କର ବିଭିନ୍ନ ପରୀକ୍ଷା ମାଗଣାରେ କରାଯିବା ସହିତ ସେମାନଙ୍କୁ ମଧୁମେହ ରୋଗର ନିରାକରଣ ଓ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେସୱା ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସେକ ଲିଆକତ ହୁସେନ,ମୀନତି ମହାରଣା,ସ୍ୱର୍ଣ୍ଣପ୍ରଭା ରାଉତ,ଲଳିତା କୁମାରୀ ଓଲି,ନଳିନୀ କାନ୍ତ ସ୍ୱାଇଁ,ଭୂବନେଶ୍ୱରରୁ ମହେନ୍ଦ୍ର ଦାସ ଓ ୧୨ଟି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *