ରେସନକାର୍ଡ଼ ପାଇଁ ତାତିଲେ ଜନପ୍ରତିନିଧି

ବାହାନଗା/ ବାଲେଶ୍ୱର, ୨୨/୦୬(ଓଡ଼ିଆପୁଅ/ଭାରତୀ ଦାସ )-ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ରେସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଯୋଗ୍ୟ ହିତାଧିକାରୀ ରେସନକାର୍ଡ଼ ଖଣ୍ଡିଏ ପାଇବା ପାଇଁ ବାରମ୍ବାର ବ୍ଲକ ଦୌଡ଼ିଦୌଡ଼ି ନୟାନ୍ତ ହୋଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ପଞ୍ଚାୟର ନିର୍ବାଚିତ ଜନପ୍ରତିନିଧିଙ୍କ ଉପରେ ପଡ଼ୁଛି। ଏନେଇ ଆଜି ତାଳକୁରୁଣିଆ ସରପଞ୍ଚ ବିଜୟ କୁମାର ସାହୁ, ସମିତିସଭ୍ୟ ଶତ୍ରୁଘ୍ନ ପରୀଡ଼ା, ସାହସପୁରା ସରପଞ୍ଚ ଅଞ୍ଜୁଲତା ସାହୁ, ଦାଣ୍ଡ ହରିପୁର ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ମଳିକ, ଚିତ୍ତଳ ସରପଞ୍ଚ ଗୀତାଞ୍ଜଳୀ ବାରିକ, ବରିପଦା ସରପଞ୍ଚ ନିବେଦିତା ନାୟକ, ଆରୁହାବାଡ଼ ସରପଞ୍ଚ ଶିଶିର କୁମାର ଅଗସ୍ତି, ଓଡ଼ଶାଳ ସରପଞ୍ଚ ଆରତୀ ଦଳେଇ ପ୍ରମୁଖ ବ୍ଲକ ଏମଆଇଙ୍କୁ ଘେରିଥିଲେ। ଏକଜୁଟ ହୋଇ ରେସନ କାର୍ଡ଼ ପ୍ରଦାନ ବିଳମ୍ବ ବାବଦରେ ବ୍ଲକ ଯୋଗାଣ ନିରୀକ୍ଷିକାଙ୍କୁ ପଚାରି ଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ପ୍ରଶ୍ନ ବାଣରେ ବ୍ଲକରେ ନୂଆ କରି ଯୋଗ ଦେଇଥିବା ଯୋଗାଣ ନିରିକ୍ଷୀକା ଏଲିନା ସାହୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ତେବେ ଯୋଗାଣ ନିରୀକ୍ଷୀକା ନୂଆ କରି ଯୋଗ ଦେଇଥିବାରୁ ଖୁବ ଶିଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଟାର୍ଗେଟ ଅନୁସାରେ ରେସନ କାର୍ଡ଼ ପ୍ରଦାନ କରିବେ ବୋଲି କହିଥିଲୋ ସୂଚନା ଅନୁସାରେ ବାହାନଗା ବ୍ଳକରେ ରେସନ କାର୍ଡ଼ ପ୍ରଦାନରେ ବ୍ୟାପକ ଜାଲିଆତି ହୋଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ବହୁ ଅଯୋଗ୍ୟ ହିତାଧିକାରୀ ରେସନ କାର୍ଡ଼ ହାତେଇଥିଲେ। ତେବେ ସରକାରୀ ସ୍ତରରେ ଧରପଗଡ଼ ହେବାରୁ ବହୁ ଅଯୋଗ୍ୟ ହିତାଧିକାରୀ କାର୍ଡ଼ ଫେରାଇଥିଲେ। କିନ୍ତୁ ପ୍ରଥମରୁ ବାଦ ପଡ଼ିଥିବା ବହୁ ଯୋଗ୍ୟ ହିତାଧିକାରୀ ଏପରିକି ଭିନ୍ନ କ୍ଷମ ମହିଳା ଦୀର୍ଘ ଦିନ ଧରି କାାର୍ଡ଼ ପାଇପାରୁ ନଥିବାରୁ ଆଜି ଏଭଳି ଅସ୍ୱଭାବିକ ପରିସ୍ଥିତି ଉପୁଜି ଥିଲା। ପ୍ରକାଶ ଥାଉକି ଦୀର୍ଘ ୧୧ମାସ ମଧ୍ୟରେ ବ୍ଲକରେ ୪ଜଣ ଯୋଗାଣ ନିରୀକ୍ଷକ ବଦଳୀ ହୋଇଥିବାରୁ ବ୍ଲକରେ ଯୋଗ୍ୟ ହିତାଧିକାରୀ ରେସନ କାର୍ଡ଼ ପାଇବାରେ ଅସୁବିଧା ହେଉଛି। ଏଣୁ ତୁରନ୍ତ କାର୍ଡ଼ ପ୍ରଦାନ କରିବାକୁ ଜନ ପ୍ରତିନିଧି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *