ଓଡ଼ିଶା

ରେଷ୍ଟ ସେଡ୍ ପାଲଟିଛି ବୃଦ୍ଧାଙ୍କ ଆଶ୍ରୟସ୍ଥଳ

ତିର୍ତ୍ତୋଲ ୨୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ସରକାର ଜନକଲ୍ୟାଣ ଓ ଜନମଙ୍ଗଳ ଯୋଜନାମାନ ପ୍ରଣୟନ କରିଛନ୍ତି। ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କପାଇଁ ସ୍ୱତନ୍ତ୍ର ବୃଦ୍ଧାଶ୍ରମ ମଧ୍ୟ କରାଯାଇଛି। ସରକାରଙ୍କ ବ୍ୟତୀତ ବ୍ଲକ, ଜିଲ୍ଲାସ୍ତରରେ ଏମାନଙ୍କୁ ଥଇଥାନ କରିବାପାଇଁ ରହିଛି ଏକାଧିକ ସ୍ୱଚ୍ଛାସେବୀ ସଂଗଠନ। ତିର୍ତ୍ତୋଲ ବ୍ଲକ ଲକ ବଜାରରେ ଦୀର୍ଘଦିନ ଧରି ଜଣେ ଅଣଓଡ଼ିଆ ଅପରିଚିତ ବୃଦ୍ଧା ଦୋକନ ବଜାର ରାସ୍ତାଘଟ ସଫେଇରେ ମାତିଥିବା ଦେଖିବାକୁ ମିଳିଛି। ଏପରିକି ଯିଏ ଯାହା ଯେତେବେଳେ ପାଇଲେ ସେମାନେ ବୃଦ୍ଧାଙ୍କୁ ଖାଇବାକୁ ଦେଉଥିବା ମଧ୍ୟ ନଜରକୁ ଆସିଛି। ରାସ୍ତା ସଫା କରିବା ସହିତ ରାସ୍ତା କଡ଼ରେ ଶୋଉଛି। ଲକ ବଜାରରେ ଥିବା ରେଷ୍ଟ ସେଡ଼୍ ବୃଦ୍ଧାଙ୍କର ପାଲଟିଛି ଆଶ୍ରୟସ୍ଥଳୀ। ଘରଦ୍ୱାରା ଜଣାନାହିଁ କି ଠିକଣା ଜଣାନାହିଁ। ଲକବଜାର ରେଷ୍ଟ ସେଡ଼୍ ନିକଟରେ ଥିବା ଦୋକାନମାନଙ୍କର ସମ୍ମୁଖକୁ ଦୈନିକ ନିଜଇଛାରେ ସଫାକରୁଥିବା ଦେଖିବାକୁ ମିଳିଛି। ନା ଖରାକୁ ଖାତିର୍ ନା ବର୍ଷାକୁ ଖାତିର କରନ୍ତି ବୃଦ୍ଧା। ଏଭଳି ଘଟଣା ସାଧାରଣ ଲୋକଙ୍କ ନଜରକୁ ଆସିଥିବାବେଳେ ଲୋକପ୍ରତିନିଧି କିମ୍ବା ସ୍ଥାନୀୟ ଅଞ୍ଚଳର ସରକାରୀବାବୁମାନଙ୍କ ଆଖିକୁ ଦେଖାଯାଉନାହିଁ ବା ଦେଖିକରି ଆଖିବୁଜିଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅଜଣା ଅଣଓଡ଼ିଆ ଅପରିଚିତ ବୃଦ୍ଧାଙ୍କ ଥଇଥାନ ବା ବୃଦ୍ଧାଶ୍ରମକୁ ପଠାଇବାପାଇଁ ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବ୍ୟବସାୟୀମାନଙ୍କ ପକ୍ଷରୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top