ରେଳ ସୁରକ୍ଷା ଆୟୁକ୍ତଙ୍କ ସମ୍ବଲପୁର ରେଳ ମଣ୍ଡଳର ବିଦ୍ୟୁତୀକରଣ କାର୍ଯ୍ୟର ନିରୀକ୍ଷଣ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – କେ.ଏ. ମନୋହରନ, ରେଳ ସୁରକ୍ଷା ଆୟୁକ୍ତ, ଦକ୍ଷିଣ ସାରକେଲ ବାଙ୍ଗାଲୋର, ସମ୍ବଲପୁର ରେଳ ମଣ୍ଡଳର ବଲାଙ୍ଗିର-ଟିଟିଲାଗଡ଼ ସେକ୍ସନ ଓ ଡୁଙ୍ଗୁରିପାଲି-ବରପାଲି ସେକ୍ସନର (ଅପ୍ଲାଇନ) ରେଳ ବିଦ୍ୟୁତୀକରଣ କାର୍ଯ୍ୟକୁ ୦୭.୯.୨୦୧୮ରେ ନିରୀକ୍ଷଣ କରିଥିଲେ। ଶ୍ରୀ ମନୋହରନ ନିରାପତ୍ତା ସଂବନ୍ଧୀୟ କାର୍ଯ୍ୟ ଯଥା ଓଭର ହେଡ଼ ଇକ୍ୟୁପମେଣ୍ଟ, ପୋଲ, ମାନବ ବିହୀନ ଓ ମାନବ ଯୁକ୍ତ ରେଳ ଫାଟକ, ରେଳବାଇ ଟ୍ରାକ୍କୁ ନିରୀକ୍ଷଣ କରିବା ସହ ଏହି ସେକ୍ସନରେ ସ୍ପିଡ଼ ଟ୍ରାଏଲ କରିଥିଲେ। ଉକ୍ତ ସେକ୍ସନରେ ବିଦ୍ୟୁତୀକରଣ ହେବାପରେ ଟ୍ରେନଗୁଡ଼ିକ ସୁଗମ ଭାବେ ଚଳାଚଳ କରିବ। ଏହି ସେକ୍ସନରେ ବହୁତ ଶୀଘ୍ର ବିଦ୍ୟୁତ ଇଞ୍ଜନ ଚଳାଚଳ କରିବ। ମଣ୍ଡଳ ରେଳ ପ୍ରବନ୍ଧକ ଡକ୍ଟର ଜୟଦୀପ ଗୁପ୍ତା, ପ୍ରଧାନ ମୁଖ୍ୟ ବିଦ୍ୟୁତ ଇଞ୍ଜିନିୟର, ପୂର୍ବତଟ ରେଳବାଇ ଏନ.କେ.ମହାନ୍ତି, ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ରେଳ ବିଦ୍ୟୁତୀକରଣ) ଆର.ଏ.ଚୌଧୁରୀ, ଜେ. ମାହନ୍ତ, ଉପମୁଖ୍ୟ ବିଦ୍ୟୁତ ଇଞ୍ଜିନିୟରଙ୍କ ସହିତ ପୂର୍ବତଟ ରେଳବାଇର ଅଧିକାରୀ ଏବଂ ସମ୍ବଲପୁର ମଣ୍ଡଳର ଅଧିକାରୀ ମାନେ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *