ଜିଲ୍ଲା ପରିକ୍ରମା

ରେଳ ଷ୍ଟେସନ ପରିଦର୍ଶନ କଲେ ସାଂସଦ

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଗତକାଲି ପୂର୍ବାହ୍ନରେ ଭଦ୍ରକ ରେଳ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ଷ୍ଟେସନର ଫ୍ଲାଏ ଓଭରବ୍ରିଜର ନିର୍ମାଣ ଆରମ୍ଭ ହେବାର ବିଳମ୍ବ ସଂପର୍କରେ ଶ୍ରୀ ସେଠୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣାଧୀନ ନୂତନ ଷ୍ଟେସନ କୋଠା ଓ ଫୁଟବ୍ରିଜ୍ ସଂପର୍କରେ ପଚାରି ବୁଝିଥିଲେ। ଏଥିସହିତ ଷ୍ଟେସନ ପରିସରରର ପରିମଳ ବ୍ୟବସ୍ଥା, ଫିଡର ରାସ୍ତା ନିର୍ମାଣ ଆଦି ସଂପର୍କରେ ବୁଝିଥିଲେ। ଷ୍ଟେସନର ସମସ୍ୟା ସଂପର୍କରେ ଫୋନ ଯୋଗେ ବିଭାଗୀୟ ଡିଜିଏମଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ଶ୍ରୀ ସେଠୀ। ଷ୍ଟେସନ ମାଷ୍ଟର ଦିଗମ୍ବର ରାଉତ ଏହି ସମୟରେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ସେକ ଉମର ଅଲ୍ଲୀ, ଗୈାରାଂଗ ପଣ୍ଡା, ପ୍ରାକ୍ତନ କାଉନସିଲର ରଂଜନ ଜେନା, ଗୋପିନାଥ ନାୟକ, ସରପଂଚ ଅମୁଲ୍ୟ ଧଳ, ଯୁବନେତା ସୁବ୍ରତ ଦାସ, ପରେଶ ନାୟକ, ଟୁକୁ ଚୈାଧୁରୀ, ମଧୁ ପରିଡା, ଭାସ୍କର ଚନ୍ଦ୍ର ଖିଲାର, କାଶିନାଥ ମିଶ୍ର, ପ୍ରାକ୍ତନ ସରପଂଚ ମଦନ ନାୟକ, ବିଜୁ ବିଶ୍ୱାଳ, ପ୍ରଦୀପ ସାହୁ ସାଂସଦଙ୍କ ପରିବଦର୍ଶନ ବେଳେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top