ରେଳ ଲାଇନରେ ଓଭର ବ୍ରୀଜ ନିର୍ମାଣ ଦାବି

କୋରାପୁଟ ; ତା୩୦-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସହର ଉପକଣ୍ଠ ଟିକିରା ସାହି ନିକଟରେ ଓଭର ବ୍ରୀଜ୍ କିମ୍ବା ଅଣ୍ଡର ଗ୍ରାଉଣ୍ଡ ପୋଲ ନିର୍ମାଣ କରିବାକୁ ସଦର ବ୍ଲକ ଓ ଦଶମନ୍ତପୁର ବ୍ଲକର ୩୦ଟି ଗ୍ରାମର ଲୋକେ ଜିଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଦର ବ୍ଲକ ମହାଦେଇପୁଟ ପଂଚାୟତର ୧୦ଟି ଗ୍ରାମ ଓ ଦଶମନ୍ତପୁର ବ୍ଲକ ସଦର ମହକୁମା ସମେତ ଏ.ମାଲକାନଗିରି,ପାଇକ ଫୁଲବେଡା,ଲୁଲା,ଗାଦିଆଗୁଡା ପଂଚାୟତ ଅନ୍ତର୍ଗତ ପ୍ରାୟ ୨୦ଟି ଗ୍ରାମର ଲୋକେ ଟିକିରା ସାହି ଦେଇ ଯାଇଥିବା କୋରାପୁଟ- ମହାଦେଇପୁଟ ରାସ୍ତା ବ୍ୟବହାର କରି ଥାଆନ୍ତି । ଉକ୍ତ ରାସ୍ତାଟି ଅଂଚଳବାସୀଙ୍କୁ କୋରାପୁଟ ସହର ୨୦ କିଲୋମିଟର କମ୍ ହେଉଥିବାରୁ ଲୋକେ କୌଣସି ଜରୁରୀ କାମ କିମ୍ବା ଡାକ୍ତରଖାନାକୁ ଯିବାର ଥିଲେ ସୁବିଧା ହେଉଛି । କିନ୍ତୁ ଟିକିରା ସାହି ନିକଟ ରେଳ ଲାଇନ ଉପରେ ଯାତାୟତ ପାଇଁ କୌଣସି ସୁବିଧା ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ଅନେକ ସମୟରେ ଅସୁବିଧାର ସମୁଖୀନ ହେଉଛନ୍ତି । ଓଭର ବ୍ରୀଜ ନିର୍ମାଣ ଦାବିରେ ୨୦୦୯ ଜାନୁଆରୀ ୨୯ତାରିଖରେ ୩୦ ଖଣ୍ଡ ଗ୍ରାମର ଶତାଧିକ ମହିଳା ପୁରୁଷ ଆନେ୍ଦାଳନ କରି ରଳେରୋକ କରିଥିଲେ ବ ସେତେବେଳେ ତକ୍ରାଳୀନ ଜିଲାପାଳ ଓ ରେଳବାଇ କର୍ତୂପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ।କିନ୍ତୁ ବିଡମ୍ବନାର ବିଷୟ ଆଜିକୁ ୯ବର୍ଷ ବିତି ଯାଇଥିଲେ ମଧ୍ୟ ଅଂଚଳବାସୀଙ୍କ ଦାବି ରେଳବାଇ ବିଭାଗ ପୂରଣ କରି ପାରି ନାହିଁ । ବର୍ତମାନ ଉକ୍ତ ଲାଇନର ଦୋହରୀକରଣ କାମ ଚାଲୁଥିବାରୁ ଟିକିରା ସାହି ନିକଟରେ ଏକ ଓଭର ବ୍ରୀଜ କିମ୍ବା ଅଣ୍ଡର ଗ୍ରାଉଣ୍ଡ ପୋଲ କରା ଯାଉ ବୋଲି ଗ୍ରାମବାସୀ ଦାବି ରଖିବା ସହ ରେଳବାଇ କର୍ତୂପକ୍ଷ ସେମାନଙ୍କ ଦାବିକୁ ପୁନର୍ବାର ଅଣଦେଖା କଲେ ଅଂଚଳବାସୀ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୋମବାର ପୂର୍ବାନ୍ନରେ ସଦର ବ୍ଲକର ମହାଦେଇପୁଟ ଗ୍ରାମ ଆମ୍ବତୋଟାରେ ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ପରେ ଗ୍ରାମବାସୀ କୋରାପୁଟ ଆସି ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ଜିଲା ପରିଷଦ ସଭ୍ୟ ବିନୋଦ ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାଗେଶ୍ୱର ପାଂଜିଆ, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ,ସରପଂଚ ପୁର୍ଣିମା ଚପାଡି,ସମିତି ସଭ୍ୟା ସୁନୀତା ଗାଦବା,ଜଗବନ୍ଧୁ ମାଝି,ଅର୍ଜୁନ ଚପାଡି ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *