ଓଡ଼ିଶା

ରେଳ ବଜେଟ୍ -୨୦୧୮-୧୯ ଓଡ଼ିଶା ନାଁ ପାଇଲା ଅନୁଦାନ ନାଁ ପାଇଲା ସ୍ୱାଭିମାନ

ଭୁବନେଶ୍ୱର, ତା ୬ା୨ (ଓଡ଼ିଆ ପୁଅ) : ରେଳ ବିଭାଗକୁ ଓଡ଼ିଶା ବାର୍ଷିକ ହାରାହାରି ୧୫ ହଜାର କୋଟି ଟଙ୍କା ଦେଉଥିଲା ବେଳେ ଓଡ଼ିଶା ପାଇଁ ୫, ୨୫୨ କୋଟି ଟଙ୍କା ୨୦୧୮-୧୯ ପାଇଁ ବ୍ୟୟବରାଦ ହୋଇଛି। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ୬, ୫୬୩ କୋଟି ଟଙ୍କା ୨୦୧୮-୧୯ ରେଳ ବଜେଟ୍ ରେ ଦିଆଯାଇଛି ବୋଲି ଆଜି ଗଣମାଧ୍ୟମକୁ ଯେଉଁ ହିସାବ ଦେଇଛନ୍ତି ସେଥିରେ ବହୁ ପୁରୁଣା ପ୍ରକଳ୍ପର ଅନୁଦାନକୁ ମିଶାଇ ଦେଇଛନ୍ତି ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ଅଭିଯୋଗ କରିଛି। ୨୦୧୮-୧୯ ରେଳ ବଜେଟ୍ ରେ ନା ଓଡ଼ିଶା ଅଧିକ ଅନୁଦାନ ପାଇଛି ନା ଓଡ଼ିଶାବାସୀଙ୍କର ସ୍ୱାଭିମାନକୁ ସମ୍ମାନ ଦେଇ ରେଳ ବିଭାଗ ବ୍ୟୟବରାଦ କରିଛି। ଏଠାରେ ଉଲ୍ଲେଖଥାଉକି ବହୁଗୁଡିଏ ନୂଆ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଗତ ୧୯ତାରିଖ ଦିନ ୬୫୦୦ କୋଟି ଟଙ୍କା ମାଗିଥିଲେ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନରେ ବ୍ୟଗ୍ରତା ପ୍ରକାଶ କରିଥିବା ବିଜେପି ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁଙ୍କ ନାମରେ ରେଳ ଚଳାଇବା ପାଇଁ ମଧ୍ୟ କୁଣ୍ଠାପ୍ରକାଶ କରିଛନ୍ତି, ଯାହାକି ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱାଭିମାନକୁ ଆଘାତ ଦେଇଛି। ସର୍ବୋପରି ୨୦୧୮-୧୯ ରେଳ ବଜେଟ୍ ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ମୋଗଲସରାଇ ରେଳ ଷ୍ଟେସନ୍କୁ ଦୀନ ଦୟାଲ୍ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା ବେଳେ ଓଡ଼ିଶାବାସୀ ଆଶାପ୍ରକାଶ କରିଥିଲେ ଯେ ଖୋର୍ଦ୍ଧାରୋଡ ରେଳଷ୍ଟେସନକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରାଯିବ କିମ୍ବା ଅନ୍ତତଃପକ୍ଷେ ମୁଖ୍ୟମନ୍ତ୍ରୀ ଦାବି କରିଥିବା ନୂଆ ରେଳ ଚଳାଇବା ପାଇଁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମକରଣ ହେବ। କିନ୍ତୁ ତାହା ହେଲାନାହିଁ। ପଶ୍ଚିମ ରେଳବାଇକୁ ୬୧, ୬୮୮ କୋଟି ଟଙ୍କାର ଅନୁଦାନ ରେଳ ବଜେଟ୍ ରେ ବ୍ୟୟ ବରାଦ ହୋଇଥିଲା ବେଳେ ଓଡ଼ିଶା ପାଇଁ ବ୍ୟୟବରାଦ ଅତ୍ୟନ୍ତ ନଗଣ୍ୟ। ନା କୌଣସି ନୂଆ ରେଳ ଲାଇନ୍ ପାଇଁ ଅଧିକ ଅନୁଦାନ ଦେଲେ ନା କୌଣସି ନୂଆ ଟ୍ରେନ୍ ଚଳାଇଲେ, ନା ଓଡ଼ିଶାର ମହାପୁରୁଷଙ୍କୁ ସମ୍ମାନ ଦେଇ ନା ଟ୍ରେନ୍ର ନାମକରଣ କଲେ ନା ରେଳ ଷ୍ଟେସନ୍କୁ ନାମିତ କଲେ। ନୂଆ ରେଳକୋଚ୍ ଫ୍ୟାକ୍ଟ୍ରି ବଜେଟ୍ ପୂର୍ବରୁ ମହାରାଷ୍ଟ୍ରର ମରାଠାୱାଡ଼ା ପାଇଁ ଘୋଷଣା ହୋଇଥିଲେ ହେଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଓ କଳାହାଣ୍ଡି ଜିଲ୍ଲାର ନର୍ଲା ରେଳୱାଗନ୍ ୱାସିଂ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ବଜେଟ୍ ରେ ବ୍ୟୟବରାଦ କରାଗଲା। ଦକ୍ଷିଣ-ପୂର୍ବ ରେଳବାଇରେ ଥିବା ଓଡ଼ିଶାର ଖଣିଜ ବହୁଳ ଅଞ୍ଚଳ ଯଥା- ରାଉରକେଲା, ବଣେଇ, ରାଜଗାଙ୍ଗପୁର, ଇବ୍ ଆଦି ଅଞ୍ଚଳକୁ ପୂର୍ବତଟ ରେଳବାଇରେ ଅନ୍ତର୍ଭୁକ୍ତ କରିବା ପାଇଁ ରେଳ ବିଭାଗ କୌଣସି ତତ୍ପରତା ପ୍ରକାଶ କଲେ। ତେଣୁ ଏହି ବଜେଟ୍ ଓଡ଼ିଶାର ସ୍ୱାର୍ଥ ପ୍ରତି କେନ୍ଦ୍ର ଅଣଦେଖାର ଅନ୍ୟ ଏକ ନମୂନା। ସର୍ବୋପରି ରେଳବଜେଟ୍ ଓଡ଼ିଶା ପାଇଁ ହତାଶଜନକ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top