ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ

ବ୍ରହ୍ମପୁର ୭-୨ (ଓଡ଼ିଆ ପୁଅ) ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ପ୍ରତିବାଦରେ ଦକ୍ଷୀଣ ଏବଂ ପଶ୍ଚିମ ଓଡ଼ିଶାରେ ରେଳରୋକ କରାଯାଇଛି। ରେଳ ବଜେଟରେ ଓଡ଼ିଶା ପ୍ରତି ଅବହେଳା ଅଭିଯୋଗ ଆଣିଛି ବିଡେଡ଼ି। ଏଥିପାଇଁ ଆଜି ସକାଳ ୭ ଟାରୁ ୮ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଡେଡ଼ି ପକ୍ଷରୁ ରେଳରୋକ କରାଯାଇଥିଲା। ଶତାଧିକ ବିଡେଡ଼ି କର୍ମୀ ବ୍ରହ୍ମପୁର ଷ୍ଟେସନରେ ରେଳରୋକ କରିଥିଲେ। ବିଜେଡ଼ିର ଅଭିଯୋଗଯେ, ରେଳ ବିଭାଗ ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଥିବା ବେଳେ ବଜେଟ୍ ରେ ଓଡ଼ିଶାକୁ ଅଣଦେଖା କରିଛି। ବିଶେଷକରି ଗଞ୍ଜାମ ଜିଲ୍ଲା ସୀତାପଲ୍ଲୀ ଠାରେ ପ୍ରସ୍ତାବିତ ୱାଗନକାରଖାନାକୁ ବନ୍ଦ କରିବା ପ୍ରତିବାଦରେ ଏହି ରେଳରୋକ କରାଯାଇଥିଲା।ଘଣ୍ଟିକିଆ ରେଳରୋକ ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

 

ଅନ୍ୟପକ୍ଷରେ ଆଜି ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ସମ୍ବଲପୁର ଷ୍ଟସନରେ ରେଳରୋକ କରିଥିଲା ଜିଲ୍ଲା ବିଜେଡି। ଏହି ରେଳ ରୋକ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ କରାଯାଇଥିଲା ବୋଲି ବିଜେଡ଼ି ବିଧାୟିକା ଡଃ ରାସେଶ୍ୱରୀ ପ୍ରାଣିଗ୍ରାହୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେଳ ଚଳାଚଳ ସ୍ୱାଭାବିକ ଅଛି।

Leave a Reply

Your email address will not be published. Required fields are marked *