ଓଡ଼ିଶା

ରେଳ ପୋଲପାର ହେଉଥିବା ବେଳେ ମାଲଗାଡି ଧକ୍କାରେ ୪ମହିଳା ମୃତ, ଦୁଇ ମହିଳା ନଦୀକୁ ଡେଇଁ ବଚିଂଗଲେ

ମାଲକାନଗିରି, ୧୦ା୬ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେଓ୍ୟାର୍ଡା ଜିଲ୍ଲା ରେ ରେଳପୋଲ ପାର ହେଉଥିବାବେଳେ ମାଲଗାଡି ଧକ୍କାରେ ୪ଜଣମହିଳାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଦନ୍ତେଓ୍ୟାର୍ଡା କୁପେର ଗାଁର ୬ଜଣ ମହିଳା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ ଆମ୍ବରାଭାଟା ଗାଁକୁ ଚାଲି ଚାଲି ଯାଉଥିଲେ। ସେମାନଙ୍କୁ ସଙ୍କିନି ଡଙ୍କିନି ନଦୀପାର ହେବାକୁ ପଡିବାରୁ ନଦୀଉପରେ ଥିବା ରେଳ ପୋଲ ଉପରେ ଚାଲି ଚାଲି ଯାଉଥିବା ବେଳେ ହଟାତ ସାମନା ପଟରୁ ଏକ ମାଲଗାଡି ଦୃତ ଗତିରେ ସେହି ଟ୍ରାକରେ ପଳାଇଆସିଥିଲା,  ଦୁଇଜଣ ମହିଳା ଜୀବନ ବଚାଂଇବା ପାଇଁ ପୋଲଉପରୁ ନଦୀ କୁ ଡେଇଁ ପଡିଥିବା ବେଳେ ଅନ୍ୟ ଚାରିଜଣ ମହିଳା କଣକରିବେ କିଛି ଭାବିବା ଆଗରୁ ସେମାନଙ୍କ ଉପରେ ମାଲଗାଡି ଚଢି ଯାଇଥିଲା, ଘଟଣାସ୍ଥଳରେ ଚାରିଜଣ ମହିଳାଙ୍କର ମୃତ୍ୟୁଘଟିଛି। ଜୀବନ ବଚାଂଇବା ପାଇଁ ନଦୀକୁ ଡେଇଁ ପଡିଥିବା ଦୁଇମହିଳାଙ୍କୁ ନିକଟରେ ଥିବା ଲୋକମାନେ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ଏ ସଂପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ନଦୀକୁ ଡେଇଁପଡି ଆହତ ହୋଇଥିବା ଦୁଇମହିଳାଙ୍କୁ ଡାକ୍ତର ଖାନା ନେଇ ଚିକିତ୍ସା କରିଥିଲେ, ଚାରି ମହିଳା ଙ୍କ ମୃତଶରୀର ଜବତ କରି ଶବବ୍ୟବଛେଦ ପରେ ସେମାନଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଲୋମହର୍ଷ କାରୀ ରେଳଦୁର୍ଘଟଣା ଦୃଶ୍ୟକୁ ଶତାଧିକ ଦର୍ଶକ ରେଳ ପୋଲନିକଟରେ ଦେଖୁଥିଲେ ମଧ୍ୟ କେହି ମହିଳାଙ୍କ ଜୀବନ ରକ୍ଷା କରିପାରି ନଥିଲେ। ବନ୍ଧୁଙ୍କ ଦଶାହ କର୍ମରେ ଯୋଗଦେବାକୁ ଯାଇଥିବା ୪ମହିଳା ଘରକୁ ନଫେରି ସେମାନେ ମଶାଣିକୁ ଗଲେ। ଏହି ଦୁଃଖଦ ଘଟଣାରେ କୁପେର ଓ ଆମ୍ବରାଭଟା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top