ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ

ର୍ଖୋର୍ଦ୍ଧା ୪-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା- ବଲାଙ୍ଗିରି ରେଳପଥର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଷ୍ଟେସନ ନିକଟ ବନ୍ଧ ମୁଣ୍ଡ ରେଳପଥଠାରେ ଜଣେ ବୁଦ୍ଧା ମହିଳାଙ୍କ ରେଳ ଧକ୍କାରେ ଆଜି ସକାଳେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ଦୁଇ ଖଣ୍ଡ ହୋଇଯାଇଛି। ତାଙ୍କର ଘର ବୋଲଗଡ ପଞ୍ଚାୟତର ମର୍ଦାବାଡ଼ି ଗ୍ରାମର ଚକ୍ରଧର ପଶ୍ଚିମ କବାଟଙ୍କ ପତ୍ନୀ ସ୍ନେହଲତା ପଶ୍ଚିମ କବାଟ ତାଙ୍କ ବୟସ ୬୦ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଅଶାନ୍ତି କାରଣରୁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *