ଓଡ଼ିଶା

ରେଳ ଡାକସେବା, (ଆର ଏମ ଏସ )ପୁନଃ କାର୍ଯ୍ୟକ୍ଷମ ଦାବୀ, ଡାକ ସେବାରୁ ସାଧାରଣ ବଞ୍ଚିତ

ଟିଟିଲାଗଡ଼ ୧୧-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳଜନକ୍ସନରେ ଦୀର୍ଘ ଦିନରୁ ଥିବା ରେଳ ଡାକ ସେବା, (ଆର ,ଏମ ,ଏସ) କାର୍ଯ୍ୟାଳୟକୁ ମନମୁଖୀ ଭାବେ ବଲାଙ୍ଗୀରକୁ କିଛି ନ୍ୟସ୍ତ ସ୍ଵାର୍ଥ ପଦାଧିକାରୀ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଦ୍ୱାରା ଦିଲ୍ଲୀରୁ ଦୌଲତାବାଦ ରାଜଧାନୀ ପରିବର୍ତ୍ତନ ପରି ସାଧାରଣ ଗୁରୁତ୍ୱପୂର୍ଣ୍ଣ ଡାକ ସେବାରୁ ବଞ୍ଚିତ ହେବ ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଛି। ଏହି ଟିଟିଲାଗଡ ରେଳ ଜଙ୍କସନ ଓଡ଼ିଆର ଅନ୍ୟତମ ଜଙ୍କସନ ହେବା ସହ ଭାରତର ସମସ୍ତ ସ୍ଥାନକୁ ଯାତାୟାତର ସୁବିଧା ରହିଛି। ଫଳରେ ଏଠି ଥିବା ରେଲଡାକ ସେବା ଯୋଗାଇବାରେ ବେଶ କେନ୍ଦ୍ର ପାଲଟିଥିଲା। ହେଲେ କିଛି ପଦାଧିକାରୀ ତାଙ୍କ ନିଜ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଏହି କାର୍ଯ୍ୟାଳୟକୁ ବଲାଙ୍ଗୀରର ଏକ ଭଡାଘର ନେଇ ଅବସ୍ଥାପିତ କରି ଏହି କାର୍ଯ୍ୟାଳୟକୁ କେବଳ ସାମାନ୍ୟ କେନ୍ଦ୍ର କରି ଛାଡ଼ି ଦେଇଛନ୍ତି ।ପ୍ରମୁଖ ରେଳ ଏକ୍ସପ୍ରେସରେ ଡାକ ପଠାଇବା ଦ୍ୱାରା ସ୍ପୀଡ ପୋଷ୍ଟ ସହ ଅନ୍ୟ ସମସ୍ତ ଡାକ ସଠିକ ସମୟରେ ଯାଇ ଓ ଆସି ପାରୁଥିଲା। ହେଲେ ଏବେ ପ୍ରଥମେ ଟିଟିଲାଗଡରୁ ସିଧା ସଳଖ ଡାକ ବିଭିନ୍ନ ସ୍ଥାନକୁ ନ ଯାଇ ଏଠି ଜମା ହୋଇ ବଲାଙ୍ଗୀରକୁ ଯାଇ ପୁନଃ ସେଠୁ ଟିଟିଲାଗଡ ଫେରି ଆସିବା ଓ ପରେ ବିଭିନ୍ନ ସ୍ଥାନକୁ ଡାକ ଯାଉଛି। ଫଳରେ ଅଧିକ ମୂଲ୍ୟ ଦେଇ ଡାକରେ ଖର୍ଚ୍ଚ କରି ମଧ୍ୟ ସଠିକ ସମୟରେ ଡାକ ପହଂଚିବା ପରିବର୍ତ୍ତେ ଦୁଇ ରୁ ୩ ଦିନ ବିଳମ୍ବ ହେବା ସାର ହେଉଛି। ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ପ୍ରଶାସକ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ତୀବ୍ର ଦାବୀ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top