ad
ଓଡ଼ିଶା

ରେଳଲାଇନ ଉପରକୁ ଚଢ଼ିଗଲା ଟ୍ରଲର

ସମ୍ବଲପୁର, ୩/୩ -(ଓଡ଼ିଆ ପୁଅ) ୫୩ ନମ୍ବର ଜାତୀୟ ରାଜପଥ ଉପରେ ଲକ୍ଷ୍ମୀଡୁଙ୍ଗୁରୀ ଠାରେ ଏକ ଟ୍ରଲର ଭାରସାମ୍ୟ ହରାଇ ରେଳ ଧାରଣା ଉପରକୁ ଚଢ଼ିଯିବା ଫଳରେ ସମ୍ବଲପୁର-ବରଗଡ଼ ସେକ୍ସନରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିସହ ଜାତୀୟ ରାଜପଥରେ ସ୍ୱାଭାବିକ ଭାବରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କିଛିଟା ବାଧା ସୃଷ୍ଟି କରିଥିଲା। ଏଠାରେ ଜାତୀୟ ରାଜପଥ ଏବଂ ରେଳପଥ ଉଭୟର କଡ଼ରେ ସମାନ୍ତରାଳ ଭାବରେ ରହିଛନ୍ତି। ରେଳଧାରଣା ଏବଂ ସଡ଼କପଥର ଗୋଟିଏ ପଟେ ମହାନଦୀ ଏବଂ ଅପରପଟେ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ ରହିଛି। ଏସବୁ ଅବସ୍ଥିତି ସ୍ଥାନଟିକୁ ସୌନ୍ଦର୍ଯ୍ୟମୟ କରିତୋଳିଛି। ତେବେ ଆଜି ସକାଳେ ରାସ୍ତାରେ ଯାଉଥିବା ଏକ ବଡ଼ ଟ୍ରଲର ମୋଡ଼ ରାସ୍ତା ଅତିକ୍ରମ କରୁଥିବା ବେଳେ ଏହାର ଲମ୍ବ ଯୋଗୁଁ ମୋଡ଼ି ନପାରି ଭାରସାମ୍ୟ ହରାଇ ରେଳଧାରଣା ଉପରକୁ ଚଢ଼ି ଯାଇଥିଲା। ପୋଲିସ ପହଞ୍ଚି ସେଠିକାର ଟ୍ରାଫିକକୁ ନିୟନ୍ତ୍ରଣ କରିଥିବା ବେଳେ ଟ୍ରଲରଟିକୁ ରେଳଧାରଣା ଉପରୁ ହଟାଯାଇଥିଲା। ଏହାପରେ ସ୍ୱାଭାବିକତା ଫେରିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top