ଜିଲ୍ଲା ପରିକ୍ରମା

ରେଳରେ କଟି ଯୁବକ ମୃତ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ବାଉଦପୁର ରେଳ ଷ୍ଟେଶନ ଠାରୁ କିଛି ଦୂରରେ ରେଳରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଧାମନଗର ଥାନା ଅନ୍ତର୍ଗତ ଆଦମପୁର ବାଲିଚତିରି ଗ୍ରାମର ବିଷ୍ଣୁ ମୋହନ ପାତ୍ର (୪୫) ବୋଲି ଜଣା ପଡିଛଇ। ଶନିବାରଦିନ ରେଳ ଧାରଣାରେ ଏକ ଶବ ପଡିଥିବା ପ୍ରଚାର ପରେ ଗ୍ରାମ ତଥା ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିବା ସହ ଭଦ୍ରକ ଜିଆର୍ ପିକୁ ଖବର ଦେଇଥିଲେ। ଜିଆର୍ ପି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି। ରବିବାରଦିନ ଶବ ବ୍ୟବଚ୍ଛେଦ ହୋଇଛି। ବିଷ୍ଣୁ ଜଣେ ବସ୍ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top