ad
ଓଡ଼ିଶା

ରେଳବାଇରେ ଆପ୍ରେଂଟିସ୍ କୋର୍ସ ଶେଷ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରିରେ ୨୦% ସ୍ଥାନ ସଂରକ୍ଷଣ: ମୁମ୍ବାଇରେ ଆଜି ସକାଳେ ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ବିବୃତି

ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) “ଭାରତୀୟ ରେଳବାଇ ଏବେ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ସ୍ୱଚ୍ଛ, ପାରଦର୍ଶୀ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଉଛି।

ଆପ୍ରେଂଟିସ୍ ଆଇନ ଅନୁଯାୟୀ ରେଳବାଇ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ‘କୋର୍ସ କମ୍ପ୍ଲିଟେଡ ଆକ୍ଟ ଆପ୍ରେଂଟିସ୍’ ମାନଙ୍କ ପାଇଁ ବିଭାଗୀୟ ନିଯୁକ୍ତି ପ୍ରକ୍ରିୟାରେ ୨୦% ସ୍ଥାନ ସଂରକ୍ଷଣ ରଖାଯାଇଛି। ସୁପ୍ରିମ କୋର୍ଟଙ୍କ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଇଥିବା ରାୟ ଏବଂ ଆପ୍ରେଂଟିସ୍ ଆକ୍ଟ ଧାରା ୨୨(୧) ଅନୁଯାୟୀ ଏହି ନିଷ୍ପତି ନିଆଯାଇଛି। ଯେଉଁମାନେ ଆପ୍ରେଂଟିସ୍ ଶେଷ କରିଛନ୍ତି ସେମାନଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡରେ ଆପ୍ରେଂଟିସ୍ ଅବଧିକୁ ଲକ୍ଷ୍ୟ ରଖାଯାଇ ବୟସ ସୀମାକୁ ମଧ୍ୟ କୋହଳ କରାଯାଇଛି।

ଭାରତୀୟ ରେଳବାଇ ଦ୍ୱାରା ଏବେ ଦେଶର ସବୁଠାରୁ ବଡ଼ ଏକକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦେଶର ଯୁବପିଢ଼ିଙ୍କ ସହ ଆପ୍ରେଂଟିସମାନଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ। ସ୍ୱଚ୍ଛ ଓ ନିଷ୍ପକ୍ଷ ପ୍ରକ୍ରିୟା ମାଧ୍ୟମରେ ସେମାନେ ରେଳବାଇରେ ଯୋଗ ଦେଇପାରିବେ।

୩୧ ମାର୍ଚ୍ଚ ୨୦୧୮ ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନର ଶେଷ ତାରିଖ ହୋଇଥିବାରୁ ମୋର ଯୁବ ବନ୍ଧୁମାନଙ୍କୁ ବହୁ ସଂଖ୍ୟାରେ ଆବେଦନ କରିବାକୁ ମୁଁ ଅନୁରୋଧ କରୁଛି। ଯଦ୍ୱାରାକି ସେମାନେ ଉଚିତ ମାର୍ଗରେ ଦେଶ ସେବା କରିବାର ସୁବିଧା ପାଇପାରିବେ।” (ଫାଇଲ ଫଟୋ)

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top