ଜିଲ୍ଲା ପରିକ୍ରମା

ରେଳପଥ ଶ୍ରମିକ କଂଗ୍ରେସର ଗଣଧାରଣା

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ କୋଚିଂ ଅଫିସରଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ୧୯ ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି। ଏନଏଫଆଇଆର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂଦତ୍ତ ଲେଙ୍କା, ପୁରୀ ଶାଖା ସଂପାଦକ ସଂଗ୍ରାମୀ କେଶରୀ ଭୋଳ, ପୂର୍ବତଟ ରେଳବାଇ ୟୁଥ ଶ୍ରମିକ କଂଗ୍ରେସର ସଂପାଦକ ଶମ୍ଭୁନାଥ ପାଶ୍ୱାନ, କାର୍ଯ୍ୟକାରୀ ସଭାପତି ରାମ ନାୟକ, ଉପସଭାପତି ରବି ପାଣିଗ୍ରାହୀ, ସହ ଲକ୍ଷ୍ମୀନାରାୟଣ ଓ ଦୌପଦୀ ମାହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ୪ ଟି ଆଂଚଳିକ ଦାବି ସହ ମଧ୍ୟରେ ଏସି କଂପାନୀ କର୍ମଚାରୀଙ୍କୁ ଆଲୋକିକରଣ କାର୍ଯ୍ୟରେ ବାଧ୍ୟତା ମୂଳକ ଭାବେ ନିୟୋଜିତ ନକରିବା ପୁରୀ ହାୱଡା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଏହି କଂପାନୀ କର୍ମଚାରୀଙ୍କ ପାଇଁ ହାୱଡା ଷ୍ଟେସନରେ ରହଣୀ ବ୍ୟବସ୍ଥା, ରେଳବାଇ ଶ୍ରମିକଙ୍କ ସମସ୍ୟା ଓ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟବସ୍ତିତ ରେଷ୍ଟର କୋଚିଂ ଡିପୋରେ ରଖିବା ଆଦି ଦାବି କରିଛି ସଂଘ। ସେହିଭଳି ଜାତୀୟ ସ୍ତରୀୟ ରେଳବାଇ ଶ୍ରମିକଙ୍କୁ ସାମାଧାନ ପାଇଁ ରେଳବାଇ ବୋର୍ଡ ଦୃଷ୍ଟି ଦେବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top