ଓଡ଼ିଶା

ରେଳଧାରଣାରୁ ମହିଳା ଡାକ୍ତରଙ୍କ ଶବ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର ୧୭-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ)-ଗଞ୍ଜାମ ଜିଲ୍ଲା ସଦର ମହୁକୁମା ଛତ୍ରପୁର ଠାରେ ରେଳ ଧାରଣାରେ କଟି ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଛତ୍ରପୁର ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ରଘୁନାଥ ଦାଶଙ୍କ ଝିଅ ଅର୍ଚ୍ଚନା ଦାଶ। ଅର୍ଚ୍ଚନା ଗତ ଚାରି ବର୍ଷ ପୂର୍ବେ ଭୁବନେଶ୍ୱର ଗାଡ଼କଣ ଅଂଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ। କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ମାନସିକ ଚିନ୍ତାରେ ରହୁଥିଲେ। ଏପରିକି ଚାକିରି ଛାଡି ବାପାଙ୍କ ଘରେ ରହିବା ସହ ସିନ୍ଦୁରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରି ଭାବେ ଅର୍ଚ୍ଚନା ଏବେ କାର୍ଯ୍ଯରତ ଥିଲେ। ଶୁକ୍ରବାର ସକାଳୁ ତାଙ୍କର ମୃତଦେହ ରେଳଧାରଣାରୁ ଠାବ ହୋଇଥିବା ବେଳେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ଜିଆରପି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ମୃତ ଡାକ୍ତର ଅର୍ଚ୍ଚନାଙ୍କ ମୃତ୍ୟୁର କାରଣ ତାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାଶ, ଶାଶୁ ଓ ଶ୍ୱଶୁର ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ମୃତ ଅର୍ଚ୍ଚନାଙ୍କ ବାପା। ବିବାହ ବିଚ୍ଛେଦ ପାଇଁ ଅର୍ଚନାଙ୍କ ଅନିଚ୍ଛା ସତ୍ତ୍ୱେ ଅଞ୍ଜନ କୋର୍ଟ ନୋଟିସ ପଠାଇବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ମୃତଙ୍କ ବାପା ରଘୁନାଥ ଦାଶ ଛତ୍ରପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top