ରେଳଧାରଣାରୁ ଠିକା ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

ଅନୁଗୋଳ, ୧୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କଣିହାଁସ୍ଥିତ ଏନ୍.ଟି.ପି.ସି.ର ସି.ଏଚ୍.ପି ଟ୍ରାକ୍ ନଂ-୧ ରେଳଧାରଣାରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳା ଗ୍ରାମର ଧୁଳିଆ ନାଏକ। ସୂଚନାରୁ ପ୍ରକାଶ, ଶ୍ରୀ ନାଏକ ସି.ଏଚ୍.ପି ଟ୍ରାକ୍ ମେେଂଟନାନ୍ସ ଭାବେ କାର୍ଯ୍ୟ କରି ଆସୁଥିଲେ। ଗୁରୁବାର ସକାଳେ ଏନ୍.ଟି.ପି.ସି.ର ଏକ କୋଇଲା ଟ୍ରେନ୍ ରେ ତାଙ୍କ ମୁଣ୍ଡ କଟି ଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସୂଚନା ପାଇବାପରେ ଠିକା ଶ୍ରମିକ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଏବଂ ଜଣକୁ ଠିକା ନିଯୁକ୍ତି ଦାବି କରାଯାଇଥିଲା। ପୋଲିସ ପକ୍ଷରୁ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ତଦନ୍ତ ଜାରି ରହିଛି। ଅପରପକ୍ଷରେ ମୃତକଙ୍କ ପରିବାରକୁ ମୋଟ ସାଢ଼େ ୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ତାଙ୍କ ପୁଅକୁ ଠିକା ନିଯୁକ୍ତି ପ୍ରଦାନ ନିମନ୍ତେ ଏନ୍.ଟି.ପି.ସି କଣିହାଁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରାରମ୍ଭିକଭାବେ ୧ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଥିବାର ଜଣାପଡ଼ିଛି। ଏହାପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିଲା।

Leave a Reply

Your email address will not be published. Required fields are marked *