ଜିଲ୍ଲା ପରିକ୍ରମା

ରେଲୱେ ବିପକ୍ଷରେ ଯୁବ ବିଜେଡ଼ି ନେତାଙ୍କ ଅନଶନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ରେଲୱେ ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଯୁବ ବିଜେଡ଼ି ନେତା ପ୍ରକାଶ ପାଶୱାନଙ୍କ ଧାରଣା ଜାରି ରହିଛି। ଏହି ଧାରଣାରେ ସ୍ଥାନୀୟ ଗୋପବନ୍ଧୁପାଲ୍ଲୀ ଅଂଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ରାଉରକେଲା ସହର ସ୍କାର୍ଟସିଟି ମାନ୍ୟତା ପାଇବା ପରେ ସହରର ବିଭିନ୍ନ ସ୍ଥାନରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସେଥି ମଧ୍ୟରୁ ରିଙ୍ଗରୋଡ଼ ବିଏସଏନଏଲ ଛକ ଠାରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଏକ ଚାରିଲେନର ରାସ୍ତା କାମ ଶେଷ ହେବାକୁ ବସିଲାଣି। ଏହି ରାସ୍ତା ନିର୍ମାଣ ହେଲେ ବାସନ୍ତୀ କଲୋନୀ, ଉଦିତନଗର, ଛେଣ୍ଡ, ଗୋପବନ୍ଧୁପାଲ୍ଲୀ, ରେଲୱେ କଲୋନୀ, ଡେଲିମାର୍କେଟ ଭଳି ବିଭିନ୍ନ ଅଂଚଳର ଶତାଧିକ ଲୋକେ ଯାତାୟତରେ ଉପକୃତ ହେବେ। ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର ଉକ୍ତ ରାସ୍ତାଟି ଚଉଡ଼ା କରି ନିର୍ମାଣ କରୁଥିବା ବେଳେ, ରେଲୱେ ଏହି ରାସ୍ତା କାମରେ ଦାଉ ସାଜୁଛି। ଏହି ରାସ୍ତାକାମ ପାଇଁ ରେଲୱେ ତାର ଜାଗା ଦେଉନାହିଁ। ଅପରପକ୍ଷରେ ଉକ୍ତ ଅଂଚଳରେ ରୁଂଥିବା ବସ୍ତିବାସୀଙ୍କ ପାଇଁ ରେଲୱେ ଦ୍ୱାରା ଅଟକା ଯାଇଥିବା ପିଏଚଡ଼ି ପାଇପ କାମକୁ ମଧ୍ୟ କରାଯାଉ ନାହିଁ। ଫଳରେ ବସ୍ତିବାସୀ ରାଉରକେଲା ରେଲୱେ ସହାୟକ ଅଧିକାରୀ ପିକେ ନନ୍ଦଙ୍କୁ ଭେଟି ଏହି ବିଷୟରେ ବାରମ୍ବାର ଅବଗତ କରାଇଥିଲେ। କିନ୍ତୁ ଏନେଇ ରେଲୱେ କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ନଦେଇ ଏହି ରାସ୍ତା ନିର୍ମାଣ ଓ ପାଇପ କାମରେ ବାଧା ଦେଉଛନ୍ତି। ସ୍ଥାନୀୟ ଲୋକେ ବିଜେଡ଼ି ଯୁବନେତା ପ୍ରକାଶ ପାଶୱାନଙ୍କ ନେତୃତ୍ୱରେ ଧାରଣା ଦେଇଥିଲେ। ଏଥିରେ ପୂର୍ବତନ କାଉନସିଲର ବାସନ୍ତୀ ଦାସ, ଚନ୍ଦନା ଭଦ୍ରା, ବନିତା ଦାସ, ବନ୍ଦନା ପ୍ରଧାନ, ଅମ୍ବିକା ଦାଶ, ଦୁର୍ଯୋଧନ ପ୍ରଧାନ, ଆଶା ଦେବୀ, ରେଖା ଦେବୀ, ମଂଜୁ ନାୟକ, ସୀମା ପୂର୍ତ୍ତି, ଅଶୋକ ପଣ୍ଡା, ରେଷମା ଲୋହାରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top