ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ୨ ଦିନିଆ ସମ୍ମେଳନ ଉଦ୍ୟାପିତ ‘ଆଦିବାସୀଙ୍କ ଉନ୍ନତି ନହେବା ପଛରେ ନେତା ଓ ପ୍ରଶାସକ ଦାୟୀ’

କଟକ,୩୧ା୧୦ (ଓଡିଆପୁଅ/ଏମ ରାଉତ): ଓଡ଼ିଶାରେ ଆଦିବାସୀଙ୍କ ଉନ୍ନତି ସମ୍ପର୍କରେ ଯେଉଁ ଚିତ୍ର ଲୋକ ଲୋଚନକୁ ଆସୁଛି ପ୍ରକୃତ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଅଲଗା । ଦୀର୍ଘ ଦିନ ହେବ ଏହି ଆଦିବାସୀମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଏମାନଙ୍କ ଉନ୍ନତି ନ ହେବା ପଛରେ ରାଜନେତା ଓ ପ୍ରଶାସକ ହିଁ ମୁଖ୍ୟ ଦାୟୀ । ୨୦୩୬ ସୁଧା ଆଦିବାସୀଙ୍କ ସମ୍ପୂର୍ଣ୍ଣ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଆଦିବାସୀଙ୍କ ନିକଟରେ ପହଞ୍ଚôବା ଜରୁରୀ । ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ହୃଦୟଙ୍ଗମ କରିବା ଆବଶ୍ୟକ । ଏହା ହୋଇପାରିଲେ ଆଦିବାସୀଙ୍କ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଆଜି ରେଭେନ୍ସା ୧୫୦ ବର୍ଷ ପୂର୍ତ୍ତି ଅବସରରେ ଇତିହାସ ବିଭାଗ ପକ୍ଷରୁ ରେଭେନ୍ସା ସେଭେନ ପିଲାର୍ସ ଅଫ୍ ୱିଜଡମ ଆନେକ୍ସ -୧ରେ ଆୟୋଜିତ ‘ଆଦିବାସୀ କୋଶ୍ଚିନସ୍ ଆଣ୍ଡ ପଲିସି, ଏ ରୋଡ଼ ମ୍ୟାପ୍ ଓଡ଼ିଶା-୨୦୩୬’ ଆନ୍ତର୍ଜାତୀୟ ସମ୍ମେଳନର ଦ୍ୱିତୀୟ ତଥା ଉଦ୍ୟାପନୀ ଉତ୍ସବରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଉଦ୍ୟାପନୀ ଦିବସର ପ୍ରଥମ ସୋପାନରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଞ୍ଚାଳକ ଭାବେ ଲେଖକ ତଥା ଓଡ଼ିଶା ପୁଲିସ ଆଇଜି ଦେବାଶିଷ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ତୃତୀୟ ସୋପାନର ବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଲେଖକ ତଥା ପ୍ରଶାସକ ସୈଳେନ୍ଦ୍ର ଦ୍ୱିବେଦୀ, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପୂର୍ବତନ କୁଳପତି ଏଲ୍ଏନ୍ ମିଶ୍ର, ଲୋଖର ରଞ୍ଜିତ ଗୁରୁ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରଫେସର ନିଭେବିତା ମହାନ୍ତି, ସାମାଜିକ କର୍ମୀ ଆଲେକଜେଣ୍ଡର ଦାସ, କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ତ୍ରିଲୋକୀନାଥ ପାଣ୍ଡେ, ଅଭିରାମ ବିଶ୍ୱାଳ ପ୍ରମୁଖ ବକ୍ତାଭାବେ ଯୋଗ ଦେଇଥିଲେ । ସିସିଡି ଚୌରାଙ୍ଗ ଚରଣ ନନ୍ଦ ଧନ୍ୟବାଦ ଦେବା ପରେ ବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ପରବର୍ତ୍ତୀ ସୋପାନରେ କୋଲକାତା ଏନୟୁଜେଏସ୍ର ପ୍ରଫେସର ଶ୍ରୀନିଭାସୁଲ ଏନ୍ଏସ୍, ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଅଶୋକ କୁମାର ପରିଜା, ଉକ୍ରଳ ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗ ପ୍ରଫେସର କିଶୋର କୁମାର ବାସା, କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ । ରେଭେନ୍ସା ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ସମ୍ମେଳନର ସାରାମର୍ମ ପ୍ରଦାନ କରିବା ପରେ ସିସିଡି ଶ୍ରୀ ନନ୍ଦ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ସିଆର୍ଟିର ଡକ୍ଟର ପ୍ରତୁ୍ୟଷା କୁମାର ମଣ୍ଡଳ, ଉକ୍ରଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଜେଏନ୍ୟୁ ଏସ୍ଆଇଏସର ପ୍ରଫେସର ଅଶ୍ୱିନୀ କୁମାର ମହାପାତ୍ର, ଏଆଇଏଚ୍ ଆସାମ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରୋଜିତ କୁମାର ପାଲିତ, ପ୍ରସିଦ୍ଧ ଲେଖକ ଡକ୍ଟର ଗୌରହରୀ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଇତିହାସ ବିଭାଗର ଗବେଷଣା ରତ ଛାତ୍ର ବିକ୍ରମ କେଶରୀ ଜେନା, ମାନସ କୁମାର ରାଉତ, ବିନାୟକ ଘୋଷ, ଥାବିର କୁମାର ଲିମାଙ୍କ ସହ ଇତିହାସ ବିଭାଗ ଅଧ୍ୟାପକ ଡକ୍ଟର ଉମାକାନ୍ତ ମିଶ୍ର, ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଡକ୍ଟର ସନ୍ତୋଷ କୁମାର ମାଲୁଆ, ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର, ଅତିଥି ଅଧ୍ୟାପକ ନେହା ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *