ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ୨ ଦିନିଆ ସମ୍ମିଳନୀ ‘ସଂରକ୍ଷଣ ନୁହେଁ ଆଦିବାସୀଙ୍କ ପାଇଁ ଉଚିତ ଶିକ୍ଷାଦାନ ଜରୁରୀ´

କଟକ,୨୮ା୧୦(ଓଡିଆପୁଅ / ମାନସ ରାଉତ) ରକ୍ଷଣ ନୁହେଁ ବରଂ ଉଚିତ ଶିକ୍ଷାଦାନ ସହ ମୌଳିକ ସୁବିଧା ସୁଯୋଗ ମିଳିଲେ ଆଦବାସୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ।
ଆଦିବାସୀମାନଙ୍କ ପାଇଁ ଦୀର୍ଘଦିନ ହେବ ଯେଉଁ ସଂରକ୍ଷଣ ଯୋଜନା ରଖା ଯାଇଛି ତାହାର ଲାଭ କେବଳ ଏହି ବର୍ଗର ବଡ଼ବଡ଼ିଆମାନେ ହିଁ ଉଠାଉଛନ୍ତି । ସମ୍ପ୍ରତିକ ସ୍ଥିତିରେ ଏହି ଆଦିବାସୀ ଅଞ୍ଚଳକୁ ଅନୁଧ୍ୟାନ କଲେ ଏମାନଙ୍କୁ ଉନ୍ନତି ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ବୋଲି ଆଜି
ରେଭେନ୍ସା ୧୫୦ ବର୍ଷ ପୂର୍ତ୍ତି ଅବସରରେ ଇତିହାସ ବିଭାଗ ପକ୍ଷରୁ ଆୟୋଜିତ ‘ଆଦିବାସୀ କୋଶ୍ଚିନସ୍ ଆଣ୍ଡ ପଲିସି, ଏ ରୋଡ଼ ମ୍ୟାପ୍ ଓଡ଼ିଶା-୨୦୩୬’ ୨ଦିନିଆ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ
ମତପ୍ରକାଶ କରିଛନ୍ତି । ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଦିନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ
ଅଧ୍ୟକ୍ଷତା କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଓଡ଼ିଶା କାରାଗାର ମହାନିଦେ୍ର୍ଦଶକ ବିଜୟ କୁମାର ଶର୍ମା ଯୋଗଦେଇ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା
ସମ୍ପର୍କରେ ଆଲୋଚନା କରିଥିଲେ । ସେହିଭଳି ଏମାନଙ୍କ ଉନ୍ନତି ପାଇଁ କେଉଁ ଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ଶ୍ରୀ ଶର୍ମାଙ୍କ ସହ
ଗ୍ରୀନ୍ ନୋବେଲ୍ ବିଜେତା ପ୍ରଫୁଲ ସାମନ୍ତରାୟ, ଆଦିବାସୀ କର୍ମୀ କୁନି ସିକୋକାଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଗ୍ରହଣ କରିବା ପରେ ଶ୍ରୀମତୀ ସିକୋକା ଆଦିବାସୀମାନଙ୍କ ଉନ୍ନତି ପାଇଁ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ସମ୍ପୂର୍ଣ୍ଣ ବାଟମାରଣା ହେଉଛି,
ନିରିହ ଆଦିବାସୀଙ୍କୁ ଶୋଷଣ କରାଯାଉଛି ଯାହାଫଳରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସରକାର ଶିଳ୍ପାନୁଷ୍ଠାନ ଗଢ଼ିବାକୁ ଚେଷ୍ଟା କରୁଥିବାବେଳେ ବିଭିନ୍ନ ସମୟରେ ଆନେ୍ଦାଳନ ସଂଗଠିତ ହେଉଛି
ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ସମ୍ମିଳନୀର ଶୀଷକ ଓ ଏହାର ଅଭିପ୍ରାୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସେହିଭଳି କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନ
ମଧ୍ୟାହ୍ନ ୧୨ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ଆଦିବାସୀ: ଇସୁ ଅଫ୍ ଗଭର୍ଣ୍ଣାନ୍ସ ଏଣ୍ଡ ପଲିସି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟବକ୍ତା
ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗଦେଇ ଆଦିବାସୀଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ନିୟମ ଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ
ପୂର୍ବତନ ଅର୍ଥନମନ୍ତ୍ରୀ ପଞ୍ଚାନନ କାନୁନଗୋ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ସାମ୍ବାଦିକ ରବି ଦାସ, ବିଶିଷ ସାହିତ୍ୟ ସମାଲୋଚକ ଶଶାଙ୍କ ଚୂଡ଼ାମଣି ପ୍ରମୁଖ ଯୋଗଦେଇ ଏହି ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିଭଳି ଅପରାହ୍ନ ସାଢ଼େ ୨ଟାରୁ
ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ତୃତୀୟ ସୋପାନରେ ମୁଖ୍ୟବକ୍ତା ଭାବେ ଉକ୍ରଳ ସାଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ଯୋଗେଦଇ ‘ଆଦିବାସୀ: ପ୍ରସେପସନ୍ ଅଫ୍ଡି କୁସ୍ ଆଣ୍ଡ ରେଜିଷ୍ଟାନ୍ସ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଗ୍ରୀନ୍ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ଏସ୍ଆଇଏସ୍ ଜେଏନ୍ୟୁର ଅଶ୍ୱିନୀ ମହାପାତ୍ର, ଆସାମ ବିଶ୍ୱବିଦ୍ୟାଳୟ ଅନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରିର ପ୍ରଫେସର ପ୍ରୋଜିତ କୁମାର ପାଲିତ, ନୂଆଦିଲ୍ଲୀର ଏନ୍ସିଇଆର୍ଟିର ଡକ୍ଟର ପ୍ରତୁ୍ୟଷ କୁମାର ମଣ୍ଡଲ
ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମେଳନ ଆସନ୍ତା କାଲି ଉଦ୍ୟାପିତ ହେବ ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *