ରେଭେନସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ପରିବେଶବିତ୍ ଶ୍ରୀନିବାସ ଜେନା ସମ୍ବର୍ଦ୍ଧିତ

ଯାଜପୁର-୯/୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଜଣେ ଜଣାଶୁଣା ପରିବେଶବିତ୍ ତଥା ମାବଧିକାର କର୍ମୀ ଶ୍ରୀନିବାସ ଜେନାଙ୍କୁ ଆଜି ରେଭେନସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଆଦିବାସୀମାନଙ୍କ ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଜେନା ଦୀର୍ଘ ୨୦ ବର୍ଷ ଧରି ଯାଜପୁର ଜିଲ୍ଲାର ଧର୍ମଶାଳା, ବଡଚଣା, ରସୁଲପୁର ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହିତ ଏହାକୁ ବଞ୍ଚାଇ ରଖିବା ପାଇଁ ଜଳର ବ୍ୟବସ୍ଥା କରି ଖୁବ ସୁନାମ ଅର୍ଜନ କରିଛନ୍ତି। ନିଜ ଜୀବନ କାଳ ମଧ୍ୟରେ ୩୦ ହଜାରରୁ ଉଦ୍ଦ୍ୱର୍ ଗଛ ଲଗାଇବା ପାଇଁ ନିଷ୍ପତି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ହଜାରୁ ଉଦ୍ଦ୍ୱର୍ ବୃକ୍ଷରୋପଣ କରି ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଆଗରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ମିଳୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *