ଜିଲ୍ଲା ପରିକ୍ରମା

ରେଣୁ ବିଶ୍ୱାଳଙ୍କର ଦୀର୍ଘ ୨୧ବର୍ଷର ସ୍ୱପ୍ନ ସାକାର ହେଲା

ଖଇରା, ୨୭/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ସ୍ନେହ ମମତାର ପର୍ବ ରକ୍ଷାବନ୍ଧନ ପର୍ବ। ପ୍ରତିବର୍ଷ ଏହି ରକ୍ଷାବନ୍ଧନ ପର୍ବ ପାଖେଇ ଆସିଲେ ଭଉଣୀ ମାନଙ୍କର ମନରେ କେତେ କେତେ ଆନନ୍ଦ ଉଲ୍ଲାସ ଭରିଯାଇଥାଏ ଯେ କେଉଁ ଦିନ ପଡିବ ରକ୍ଷା ବନ୍ଧନର ଦିନ କାରଣ ସେହି ଦିନ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧିବ। ଭାଇଠାରୁ ଆଶ୍ରୀର୍ବାଦ ନେବ ଓ ଭାଇର ଶୁଭ ମନାସିବ। ଭାଇକୁ ମିଠାଖୁଆଇ ଭାଇଭଉଣୀର ସ୍ନେହ ମମତାର ପର୍ବ ରକ୍ଷାବନ୍ଧନ ପର୍ବକୁ ମଉଜ ମଜଲିସରେ ବିତେଇବ। ଭାଇ ଯେତେ ଦୂରରେ ଥିଲେବି ଭଉଣୀର ଆଶା ଥାଏ ଭାଇହାତରେ ରାକ୍ଷୀ ବାନ୍ଧିବାପାଇଁ। ଶେଷରେ ଭାଇହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଥାଏ ଭଉଣୀ। ସେହିପରି ଏକ ରାକ୍ଷୀ ବାନ୍ଧିବାର ଘଟଣା ଦେଖାଯାଇଛି ବାଲେଶ୍ୱର ଜିଲ୍ଲାର ଝିଅ ପୁରୀ ବଡଦାଣ୍ଡର ବୋହୂ ଶ୍ରୀମତୀ ରେଣୁ ବିଶ୍ୱାଳଙ୍କଠାରେ। ଯାହାଦ୍ୱାରାକି ଶ୍ରୀମତୀ ବିଶ୍ୱାଳଙ୍କର ଦୀର୍ଘ ୨୧ ବର୍ଷର ଆଶା ସଫଳ ହୋଇଛି। ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସେରଗଡ ପଞ୍ଚାୟତର ପଞ୍ଚାଗଡ ଗ୍ରାମର ରେଣୁ ବିଶ୍ୱାଳ(୪୬)ପିତା ରବିନ୍ଦ୍ର ବିଶ୍ୱାଳ, ମାତା ଗୀତା ବିଶ୍ୱାଳଙ୍କଠାରେ। ଶ୍ରୀମତୀ ବିଶ୍ୱାଳଙ୍କର କେହି ଭାଇନଥିବାରୁ ୧୯୯୭ ମସିହାରୁ ନବୀନ ପଟ୍ଟନାୟକଙ୍କୁ ଭାଇବୋଲି ଭାବି ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ମନରେ ଆଶା ବନ୍ଧିଥିଲେ। ନବୀନ ନିବାସ ଯାଇ ଶେଷରେ ସେହି ଆଶା ତାଙ୍କର ଗତକାଲି ରକ୍ଷା ବନ୍ଧନ ପର୍ବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧି ଦୀର୍ଘ ୨୧ବର୍ଷର ଆଶାକୁ ସାକାର କରିପାରିଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି। ନିଜର କେହି ଭାଇ ନଥିବାରୁ ବର୍ତ୍ତମାନ ନିଜ ବାପ ଘରେ ରହି ବାପାମାଙ୍କର ସେବା କରିବା ସହିତ ଓଡିଶା ରାଜ୍ୟ ନାରୀଶକ୍ତିର ସଭାପତି, ବାଲେଶ୍ୱର ଜିଲ୍ଲା ସ୍କାଉଟ ଗାଇଡେନ ଏବଂ ଫେଲୋସପିର ସଭାପତି ଅଛନ୍ତି। କଳାକାର, ବିଉଟିସିଆନ, ସମାଜସେବୀ, ନିଶାନିବାରଣ, ରକ୍ତଦାନ ଶିବିର, ପରିବାର ଜାଗରଣ, ସ୍ୱାସ୍ଥ୍ୟ ସଚେତନତା, ବୃକ୍ଷ ରୋପଣ, ଭଳି ବିଭିନ୍ନ ପ୍ରକାର ଲୋକହିତକର କାର୍ଯ୍ୟ କରୁଛନ୍ତି ସେରଗଡଠାରେ ନାରୀଶକ୍ତି ନାମରେ ଅପିସ ଖୋଲି। ଏହି ନାରୀଶକ୍ତି କାର୍ଯ୍ୟାଳୟକୁ ବହୁତ ଯୁବକ, ଯୁବତୀ, ମହିଳା ଓ ପୁରୁଷମାନେ ସହଯୋଗର ହାତ ବଢାଇଛନ୍ତି। ସ୍କାଉଟ ଗାଇଡେନ ଏବଂ ଫେଲୋସପିର ଜିଲ୍ଲା ସଭାପତି ଥିବାରୁ ବିଭିନ୍ନ ସ୍କୁଲରେ ହନୁମାନ ଚାଳିସା ସହ କିଛି ନୀତିବାଣୀ ଓ ଜନ୍ମ ଦିନରେ ଗଛ ଲଗାଇବାକୁ ଉପଦେଶ ଦେଇଥାଆନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top