ଜିଲ୍ଲା ପରିକ୍ରମା

ରେଡକ୍ରସର ସାମୟିକ ସହାୟତା

ପୁରୀ, ୧୪-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ବିଗତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବସ୍ତିବାସିନ୍ଦାଙ୍କୁ ସାମୟିକ ସହାୟତା ଯୋଗାଇ ଦିଆଯାଇଛି। ଆଇଟିଆଇ ନିକଟରେ ଓ ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ୩୫ଟି ପରିବାର, ଧୋବାଖାଲ, ବ୍ଲକ ଅଫିସ ନିକଟରେ ଥିବା ୩୦୦ପରିବାରଙ୍କୁ ଭେଟି ରେଡକ୍ରସର ସ୍ୱେଚ୍ଛାସେବୀମାନେ ବିସ୍କୁଟ ବଣ୍ଟ କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ। ରେଡକ୍ରସର ସହ ସମ୍ପାଦିକା ଗୀତାଞ୍ଜଳି ପଣ୍ଡାଙ୍କ ନେତୃତ୍ୱରେ ଦୀପକ ପାତ୍ର, ସଦାନନ୍ଦ ସାହୁ, ଲାଲା ଅନନ୍ତ ସିଂ, ମନୋଜ ସାହୁ, ରୁବି ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦେବୀ, ମଧୁମିତା ମହାପାତ୍ର ପ୍ରମୁଖ ସ୍ୱେଚ୍ଛାସେବୀଗଣ ଏଥିରେ ସହଯୋଗୀତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top