ରେଜା ଟଙ୍କା ନନେବା ଯୋଗୁ ବ୍ୟାଙ୍କ ମହାପ୍ରବନ୍ଧଙ୍କ ନାମରେ ଥାନାରେ ଅଭିଯୋଗ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ସୁନୀଲ କୁମାର ମହାନ୍ତି ଆଜି ଷ୍ଟେଟବ୍ୟାଙ୍କର ମୁଖ୍ୟଶାଖାକୁ ତାଙ୍କର ମା ବିଷ୍ଣୁପ୍ରିୟ ମହାନ୍ତିଙ୍କ ସଞ୍ଚୟ ଖାତା ନଂ ୩୧୭୬୫୪୧୭୧୫୧ରେଟଙ୍କା ଜମା କରିବା ନିମନ୍ତେ କାଉଣ୍ଟରକୁ ଯାଇଥିଲେ। ଯେତେବେଳେ କାଉଣ୍ଟରରେ ଥିବା ଅଧିକାରୀଙ୍କୁ ଜମା କରିବା ନିମନ୍ତେ ଖୁଚୁରା କଏନ୍ ଦେଲେ ସେ ଏହା ଗ୍ରହଣ କରାଯିବ ନାହିଁ ବୋଲି ସିଧାସଳଖ ଫେରାଇ ଦେଇଥିଲେ। ଖୁଚୁରା ଟଙ୍କା କାହିଁକି ଗ୍ରହଣ କରିବେ ନାହିଁ ଏହା ରିଜର୍ଭ ବ୍ୟାଙ୍କ ନିୟମର ସମ୍ପୂର୍ଣ୍ଣ ଉଲଘନ୍ନ ଅଟେ ଏବଂ ଦେଶଦ୍ରୋହ ଅପରାଧ ବୋଲି କହିଥିଲେ। ଉକ୍ତ ମୁଖ୍ୟଶାଖା ପ୍ରବନ୍ଧକ ମୋର କୌଣସି କଥାକୁ କର୍ଣ୍ଣପାତ ନକରି ରିଜର୍ଭ ବ୍ୟାଙ୍କ ନିୟମ ଆମେ କିଛି ଜାଣିନାହୁଁ। ତୁମ ହାତରେ ଯାହା ହେବ ତୁମେ କର ବୋଲି ସିଧାସଳଖ କହିଥିଲେ। ସୁନୀଲ ମହାନ୍ତି ଏସମ୍ପର୍କରେ ଟାଉନ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *