ରିଲିଫ ବାଣ୍ଟିବାକୁ ଯାଇ ଜଳବନ୍ଦୀ ଘେରରେ ୨୪ଘଣ୍ଟା ରହିଗଲେ ପୂର୍ବତନ ଉପବାଚସ୍ପତି

ମାଲକାନଗିରି, ୨୧ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ବନ୍ୟାପରିସ୍ଥିତି ଭୟାବହ ହୋଇଥିବାରୁ ସେ ଅଞ୍ଚଳକୁ ରିଲିଫ ସାମଗ୍ରୀ ବାଣ୍ଟିବାକୁ ଯାଇଥିବା ପୁର୍ବତନ ଉପବାଚସ୍ପତି ନିଜେ ବନ୍ୟା ଜଳଘେରରେ ଫସିଯାଇ ଦୀର୍ଘ୨୪ଘଟାଂ ଜଳବନ୍ଦୀ ହୋଇରହି ଯାଇଥିଲେ, ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ୨୫ଦିନ ହେଲା ଲଗାତାର ଭାବେ ବର୍ଷା ହେବାଦ୍ୱାରା ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଲାଗ ଲାଗ ୫ଥର ବନ୍ୟାପରିସ୍ଥିତି ସୃଷ୍ଟିହୋଇଛି। ବିଶେଷ କରି ମାଥିଲି ବ୍ଲକସ୍ଥ ମହୁପଦର, ସାଲିମ, କମରାପାଲି ଅଞ୍ଚଳରେ ସେବାରୀ ନଦୀର ବନ୍ୟାଜଳ ପ୍ରଭାବିତ ହୋଇ ଅନେକ ଗ୍ରାମରେ ପାଣି ପସି ଘରଦ୍ୱାରା ଭାଙ୍ଗିଦେବା ସହ ଅନେକ ଲୋକ କ୍ଷତିଗସ୍ତ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ରିଲିଫ ବାଣ୍ଟିବା ପାଇଁ ଭାଜପା ବରିଷ୍ଟ ନେତା ତଥା ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦଦୋରା ଗତ କାଲି ଏକ ଗାଡିଯୋଗେ କିଛି ରିଲିଫ ସାମଗ୍ରୀ ନେଇ ଯାଇଥିଲେ। ସେ ପ୍ରଥମେ ମହୁପଦର, ଟେମୁରପାଲି, କମାରପାଲି ପଚାଂୟତର ବିଭିନ୍ନ ଗ୍ରାମରେ ଶତାଧିକ ଲୋକଙ୍କୁ ଚୁଡା, ଚିନି, ବିସ୍କୁଟ, ଦିଆସିଲି, ଗ୍ଲୋକୋଜ, ତାରପଲିନ, ପାଠପଢୁଆ ପିଲାଙ୍କ ପାଇଁ ଖାତା, କଲମ ଓ ରାଲିଫ ବାଣ୍ଟିଥିଲେ। ସେ ଠାରୁ ଫେରିବା ବେଳକୁ ପ୍ରବଳ ବେଗରେ ବର୍ଷା ହେବାରୁ ତାଳପାଦର ଗ୍ରାମନିକଟରେ ଥିବା ନାଳରେ ପାଣିହୋଇ ଯାଇଥିଲା। ତାଙ୍କ ଗାଡିଟି କାଦୁଅରେ ଅଟକି ରହିଯାଇଥିଲା। ସେ ଓ ଅନ୍ୟ କିଛି ଭାଜପା କର୍ମୀ ଅନେକ ସମୟ ଧରି ପାଣିଘେରରେ ଅଟକି ରହିଯାଇଥିଲେ। ପାଣି ଘେରରେ ଶ୍ରୀଦୋରା ଅଟକି ରହି ଯାଇଥିବାର ଖବର ପାଇ ନିକଟସ୍ଥ ତାଳପଦର ଗ୍ରାମବାସୀ ବାଉଁସ ଓ ଦୌଡା ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ।ଶ୍ରୀ ଦୋରା ତାଳପଦର ଗ୍ରାମରେ ରାତ୍ର ଯାପନ କରିଥିଲେ। ରାତ୍ରରେ ତାଳପଦର ଗ୍ରାମ ଚାରିପାଖରେ ପାଣି ଘେରିରହିଯାଇଥିଲା।

ଦୀର୍ଘ୨୪ଘଟାଂ ପରେ ପାଣିକମିବାରୁ ଆଜି ସକାଳେ ସେଠାରୁ ଫେରି ସାଲିମ, କିଆଙ୍ଗ, ଅଞ୍ଚଳରେ ରିଲିଫ ବାଣ୍ଟି ଥିଲେ, ଚଳିତ ବନ୍ୟାରେ ମାଥିଲି ବ୍ଲକର ମହୁପଦର, କମାରପାଲି, ଟେମୁରପାଲି, କିଆଙ୍ଗ, କର୍ତନପାଲି, ତେନ୍ତୁଲିଗୁମ୍ମା, ପଚାୟଂତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ତୁରନ୍ତ ଜିଲ୍ଲାପ୍ରଶାଶନ ପକ୍ଷରୁ ସେହି ସବୁଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରିବାସହ ବନ୍ୟାବିପନ୍ନ ମାନଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ପୁର୍ବତନ ଉପବାଚସ୍ପତି ଶ୍ରୀ ଦୋରା ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ମାଲକାନଗିରି ଜିଲ୍ଲାରେ ଭୟାବହ ବନ୍ୟାପରିସ୍ଥିତି ସୃଷ୍ଟିହୋଇଥିବାରୁ ଜିଲ୍ଲା ଭାଜପା ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ରପ୍ରଧାନ ଙ୍କୁ ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଚୁଡା, ଚିନି, ବୁସ୍କିଟ, ଗ୍ଲୋକୋଜ, ଦିଆସିଲ, ଖାତା କଲମ ୩ହଜାର ପ୍ୟାକେଟ ରିଲିଫ ସାମଗ୍ରୀ ଓ ଜରି ତାରପଲିନ ପହଁଚିଛି, ସେହି ରିଲିଫ ସାମଗ୍ରୀ ଗୁଡିକୁ ପୁର୍ବତନ ଉପବାଚସ୍ପତି ପ୍ରହ୍ଲାଦୋରା, ମାଲାକନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ଭାଜପା ଜିଲ୍ଲା ସଭାପତି ଅଶୋକକୁମାର ପରିଡା, ସଂପାଦକ ସଜଂୟସରକାର, ଗୁରଚରଣ ମାହନ୍ତି, ଡ.କାମରାଜକବାସୀ, ସାମଲ ସୋନାନି, ସୁବାଷପଡିଆମି, ସାବିତ୍ରୀ ପଡିଆମି ଓ ଭାଜପା ଦଳର ନେତା କର୍ମୀ ମାନେ ଜିଲ୍ଲାର ସାତଟି ଯାକବ୍ଲକର ବନ୍ୟାପ୍ରଭାବିତ ଗ୍ରାମକୁ ଯାଇ ରିଲିଫ ବାଣ୍ଟିଛନ୍ତି।

 

 

Leave a Reply

Your email address will not be published. Required fields are marked *