ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟରେ କୋଣାର୍କ ଚକ୍ର ସ୍ଥାନୀତ ପ୍ରସଙ୍ଗରେ: କେନ୍ଦ୍ର ସରକାରଙ୍କ ଫୋକସ୍ ରେ ଓଡିଶା : ବିଜେପି

ଭୁବନେଶ୍ୱର, ତା ୦୫/୦୧(ଓଡ଼ିଆ ପୁଅ) : ଆରବିଆଇ ପକ୍ଷରୁ ନୂଆ ୧୦ ଟଙ୍କିଆ ନୋଟ ଜାରି କରାଯାଇଛି। ଏହି ୧୦ ଟଙ୍କିଆ ନୋଟଟି ଚକୋଲେଟ ବାଦାମୀ ରଙ୍ଗର ହୋଇଥିବା ସହ ନୋଟର ପଛପଟେ କୋଣାର୍କ ଚକ୍ର ଛବି ରହିଛି। ଓଡିଶାର କୀର୍ତିମାନ ଓ ଗୈାରବ କୋଣାର୍କ ମନ୍ଦିରର ଚକ୍ରକୁ ୧୦ ଟଙ୍କିଆ ନୋଟରେ ସ୍ଥାନୀତ କରିଥିବାରୁ ଆରବିଆଇ ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଦିଆଯାଇଛି। ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡିଶାର ବିକାଶକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ବିଭିନ୍ନ ପ୍ରସଂଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ଫୋକସରେ ରଖିଛନ୍ତି। ୧୦ଟଙ୍କିଆ ନୋଟରେ ଓଡିଶାର ଐତିହକୁ ସ୍ଥାନ ଦେବା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ପ୍ରଧାନମନ୍ତ୍ରୀଙ୍କ ଏପରି ଉତ୍ସାହ ଓ ସହେଯାଗକୁ ରାଜ୍ୟ ବିଜେପି ସ୍ୱାଗତ କରିଛି ବୋଲି ରାଜ୍ୟ ବିଜେପି ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *