ଓଡ଼ିଶା

ରିଅଲ୍ ଇଣ୍ଡିଆ ଆଗ୍ରୋ ପ୍ରଡ୍ୟୁସର ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କ କୋଟି କୋଟି ଟଙ୍କା ଲୁଟ୍ କରି ଫେରାର

କେନ୍ଦ୍ରାପଡା ୫/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଉତ୍ତର ପ୍ରଦେଶର ଲକ୍ଷ୍ନୋର ରିଅଲ୍ ଇଣ୍ଡିଆ ଆଗ୍ରୋ ପ୍ରଡ୍ୟୁସର ଚିଟଫଣ୍ଡ କମ୍ପାନୀ କେନ୍ଦ୍ରାପଡାର ତିନିମୁହାଣୀସ୍ଥିତ ଆକ୍ସିକ୍ସ ବ୍ୟାଙ୍କ ଶାଖା ଉପର ମହଲାରେ ପ୍ରାୟ ତିନିବର୍ଷ ତଳେ ଏକ ଶାଖା ଖୋଲି ଜିଲ୍ଲାର ହଜାର ହଜାର ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଅଧିକ ସୁଧ ଲାଭର ଆଶା ଦେଖାଇ ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ କମ୍ପାନୀର କେନ୍ଦ୍ରାପଡା ଶାଖା ପରିଚାଳକ ଭାବେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟର ତମାଳଶାସନ ଗ୍ରାମର ପ୍ରକାଶ ମିଶ୍ରଙ୍କ ପୁଅ ସୁମନ୍ତ ମିଶ୍ର କାର୍ଯ୍ୟ କରୁଥିଲେ। ସେ ସ୍ଥାନୀୟ ଲୋକଙ୍କଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା କମ୍ପାନୀ ନାମରେ ଜମାକରିନେବା ପରେ ତିନିମୁହାଣୀରେ ଥିବା କମ୍ପାନୀର ଶାଖା କାର୍ଯ୍ୟାଳୟରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ଫେରିନପାଇ ହତାଶରେ ଦିନ କାଟୁଥିବା ବେଳେ ସେମାନଙ୍କ ଜମା ଅର୍ଥ ଫେରି ପାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଆଜି ସଂପୃକ୍ତ କମ୍ପାନୀର ଜନୈକ ଜମାକାରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପରିଡା ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top