ରାୟଗଡ ଜିଲ୍ଲା ପୋଲିସ କନିଷ୍ଟବଳ ସଂଘର କର୍ମକର୍ତା ନିର୍ବାଚନ – ସେକ ମୁକ୍ତାନ ସଭାପତି, ବିରଂଚି ନାରାୟଣ ସାଧାରଣ ସଂପାଦକ

ରାୟଗଡା ୦୧.୦୯.୧୭ – ରାୟଗଡା ଜିଲ୍ଲା ପୋଲିସ ହାବିଲଦାର ଓ କନିଷ୍ଟବଳ ସଂଘର ୨୦୧୭-୧୮ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗତକାଲି ଜିଲ୍ଲା ରିଜର୍ଭ ଅଫିସ ରେ ଭୋଟଗଣତି ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି । ସଭାପତି ପଦ ରୂପେ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷରେ ଦୁଇଜଣଙ୍କୁ ପରାସ୍ତ କରି ସଭାପତି ଭାବେ ସେକ ମୁକ୍ତାନ, ସାଧାରଣ ସଂପାଦକ ବିରଂଚି ନାରାୟଣ ଚୌଧୁରୀ, ଉପ-ସଭାପତି ଚିତ ରଂଜନ ରଥ, କୋଷାଧ୍ୟକ୍ଷ ଭେଙ୍କଟ ରାମନା, ଯୁଗ୍ମ ସଂପାଦକଞ୍ଚରବିନ୍ଦ୍ର ବିଡିକା ଏବଂ ସଂଘର ସଭ୍ୟ ଭାବେ ବଳରାମ ହିକକା, ଶିବଶଙ୍କର ଶର୍ମା, ସୁମନ ସାହୁ ଓ ସଂଜୟ ଗମାଙ୍ଗ ମନୋନୀତ ହୋଇଛନ୍ତି । ଏସ.ପି ପି.ଆର.ରାହୁଲ ନିର୍ବାଚିତ କର୍ମକର୍ତା ମାନଙ୍କୁ ଶୁଭେଛା ପ୍ରଦାନ କରିଛନ୍ତି । ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ଶୁଭେଛା ବାର୍ତା ଦିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *