ରାୟଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ

ରାୟଗଡା ୦୫.୦୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାଜ୍ୟ ସରକାରଙ୍କ ନୂତନ ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ପ୍ରକାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୀଳନି କ କ୍ଷରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟ କ୍ଷତାରେ ଜିଲ୍ଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଗୁଡିକର ଚିହ୍ନଟ ତଥା ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୁରଲିଧର ସ୍ୱାଇଁ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ବରିଷ୍ଠ ସରକାରୀ ଅଧିକାରୀ, ପର୍ଯ୍ୟଟନ ପ୍ରେମି ଓ ବୁଦ୍ଧିଜିବୀ ଅଂଶଗ୍ରହଣ କରିଥିଲେ। ଉପରୋକ୍ତ ନିୟମାବଳି ଅନୁସାରେ କୌଣସି ସ୍ଥାନ, ଜଳ ପ୍ରପାତ, ସମୁଦ୍ର କୂଳ, ଅଭ୍ୟାରଣ୍ୟ, ରାଜ୍ୟ ଓ କେନ୍ଦ୍ର ବିଭାଗ ଦ୍ୱାରା ଘୋଷିତ ଐତିହାସିକ କେନ୍ଦ୍ର, ଉଷ୍ମପ୍ରଶଭଣ କେନ୍ଦ୍ର, ଶିଳ୍ପନଗରୀ, ହସ୍ତତନ୍ତ୍ର କେନ୍ଦ୍ର ତଥା ନଦୀବନ୍ଧ ହୋଇଥିବା ଏବଂ ସେହି ସ୍ଥାନ ଗୁଡିକରେ ରାଜ୍ୟ, ରାଜ୍ୟ ବାହାରୁ ତଥା ବିଦେଶୀ ପ ଯ୍ୟ ର୍ଟନ ଆସୁଥିବେ ଏବଂ ସେଠାରେ ରହିବା ତଥା ଯାତାୟତ ଗମନାଗମନ ପାଇଁ ସୁବିଧା ଥିବ, ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ୧୦ କି.ମି ମଧ୍ୟରେ ଥାନା ଥିବା। ଏଥି ପାଇଁ ଜିଲ୍ଲାସ୍ତରୀୟ ଚୟନ କମିଟି ଜିଲ୍ଲାପାଳଙ୍କ ଅଧ୍ୟ କ୍ଷତାରେ ଚିହ୍ନଟ ହୋଇଥିବା ସ୍ଥାନଗୁଡିକ ରାଜ୍ୟସ୍ତରୀୟ ଚୟନ କମିଟିକୁ ସୁପାରିସ କରାଯିବ। ଜିଲ୍ଲାରେ ଥିବା ୩୨ ଗୋଟି ସ୍ଥାନକୁ ପ ଯ୍ୟ ର୍ଟନ ସ୍ଥଳୀ ରୂପେ ଚିହ୍ନଟ କରିବା ପାଇଁ ଉପସ୍ଥିତ ବୁଦ୍ଧିଜିବୀ ମାନେ ମତପୋଷଣ କରିଥିଲେ। ଏଥି ମଧ୍ୟରୁ ରାୟଗଡା ସହରରେ ଥିବା ମା ମଝିଘରିଆଣୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଗାନ୍ଧି ପାର୍କ, ପ୍ରେମ ପାହାଡ ଓ ସଂସ୍କୃତି ଭବନ। ସିଲିଟିଗୁଡା ଡ୍ୟାମ, ଅମଳାଭଟ୍ଟା କାରିଗର ଗ୍ରାମ, ଝୁଲା ପୋଲ, ଗୁଣୁପୁରର ମାଛ ଡିଆଁଁ ଜଳ ପ୍ରପାତ, ଭାମିଲିଙ୍ଗେଶ୍ୱର ମନ୍ଦିର, ସେଫାଳି ପାହାଡ, ପୁରୁଣା ଜଗନ୍ନାଥ ମନ୍ଦିର, ଫୁଲଗୁମା ନାଳ, ପୁଟାସିଂଙ୍ଗର ଇଡିତାଲ, ବିଷମକଟକର ଚାଟିକୋଣା ହାଟ, ଝିଗିଡି କାରିଗରୀ ଗ୍ରାମ, ନେଳିଆ ବନ୍ଧ, କିଞ୍ଜମ ଯୋଡି ଜଳପ୍ରପାତ, କୁମୁଡାବାଲି ଶିବ ମନ୍ଦିର, ଶକଟା ଜଳ ପ୍ରପାତ, ପଦ୍ମପୁରରେ ଥିବା ଧର୍ମକିର୍ତିବିହାର, ଅକ୍ଷ୍ୟରବ୍ରହ୍ମ, ବଡନାଳ ନଦୀବନ୍ଧ, ରାମଣାଗୁଡା ଗଦଗଦା ଜଳପ୍ରାପତ, କାଶୀପୁରର ଥିବା ମାଳିଗାଁ ଜଳପ୍ରପାତ, ଦୋରାଗୁଡା ଇକୋ ପାର୍କ, କଲ୍ୟାଣସିଂହପୁରର ଦେବଗିରୀ, ଚନ୍ଦ୍ରପୁରର ମିନାଝୋଲା, କଲୋନରରା ପାଇକପଡା ଓ ଲକ୍ଷିମ ନାରାୟଣ ମନ୍ଦିର। ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାପିତ ଜିଲ୍ଲା ସଂସ୍କୃତି ଭବନ ତଥା ମା ମଝିଘରିଆଣୀ ମନ୍ଦିରରେ ଦିନ କୁ ଦିନ ପର୍ଯ୍ୟଟକଙ୍କ ଭିଡ ପରିଲଖିତ ହେଉଛି। ଏହାକୁ ଅଗ୍ରାଧିକାର ଭିତିରେ ପର୍ଯ୍ୟଟନ ସ୍ଥଳୀ ରୁପେ ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ଚୟନ କମିଟି କୁ ସୁପାରିସ ପାଇଁ ଏକ ପ୍ରସ୍ତାବ ରଖାଯାଇଛି।

Leave a Reply

Your email address will not be published. Required fields are marked *