ରାୟଗଡା ପୋଲିସକୁ ବଡ ଧରଣର ସଫଳତା ଡକାୟତ ଉଦ୍ୟମ ପଣ୍ଡ, ବହୁ ମାରଣାସ୍ତ୍ର ସହ ଲୁଟ ସାମଗ୍ରୀ ଜବତ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୦୩/୦୮ – ରାୟଗଡା ପୋଲିସକୁ ଆଜି ବଡ ଧରଣର ସଫଳତା ମିିଳିଛି । ୪ ଗୋଟି କେଶରେ ୧୬ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି । ଗିରଫ ହୋଇଥିବା ଡକାୟତ ମାନେ ବିଶେଷ କରି ବ୍ୟାଙ୍କ ଏବଂ ଏଟିଏମ ଲୁଟି କରିବା ପାଇଁ ଉଦ୍ୟମ କରୁଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ସୂଚନା ଦେଇଛନ୍ତି । ଗତ ମାସ ୧୬ ତାରିଖ ଦିନ ଚାନ୍ଦିଲି ଥାନା ଅନ୍ତର୍ଗତ ଗାଡିଶେଷଖାଲ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲୁଟି କରିବା ପାଇଁ ଉଦ୍ୟମ କରି ଡକାୟତ ମାନେ ବିଫଳ ହୋଇଥିଲେ । ଏବଂ ୧୮ ତାରିଖ ଦିନ ମଧ୍ୟ ଏହି ଡକାୟତ ମାନେ ସୁଙ୍ଗେର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ଏ ନେଇ ରାୟଗଡା ପୋଲିସ ଏବଂ କାଶିପୁର ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଜଗନ୍ନାଥ ରାଓଙ୍କ ନେତୃତ୍ୱର ରାୟଗଡା, ଚାନ୍ଦିଲି, ଟିକିରି ର ଆଇ.ଆଇ.ସି ମାନଙ୍କୁ ନେଇ ଏକ ଗଠନ କରାଯାଇଥିଲା । ଗତକାଲି ରାତିରେ ରାୟଗଡା ପୋଲିସ କୁ ଖବର ମିଳିଥିଲା ଯେ ଟିକିରି ସ୍ଥିତ ମୁସୁରୀପଦର ଠାରେ ଡକାୟତ ମାନେ ଡକାୟତ ପାଇଁ ଯୋଜନା କରୁଥିଲେ । ପୋଲିସ ପକ୍ଷରୁ ଡକାୟତ ମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ପୋଲିସର ଅତର୍କିତ ଚଢଉରେ ୯ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ହୋଇଥିଲେ । ପୋଲିସର ପଚରାଉଚରା ସମୟରେ ଡକାୟତ ମାନେ ମାନି ଥିଲେ ଯେ ସେମାନେ ସୁଙ୍ଗେର ଥାନା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଚାନ୍ଦିଲି ଥାନା ସ୍ଥିତ ଗାଡିଶେଷଖାଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲୁଟି କରିବା ପାଇଁ ଉଦ୍ୟମ କରିଥିଲେ ହିଁ ଲୁଟି କରିବାରେ ସଫଳ ହୋଇନଥିଲେ । ଗରିଫ ହୋଇଥିଲା ଡକାୟତ ମାନେ କୋରାପୁଟ ଏବଂ ରାୟଗଡା ଜିଲ୍ଲାର ବୋଲି ଜଣା ପଡିଛି । ଡକାୟତ ମାନଙ୍କ ମାଷ୍ଟର ମାଇଣ୍ଡ ରାୟଗଡା ସହରର ରେ ବସବାସ କରୁଥିବା ପିଲା ଲକୋଶ ବୋଲି ଜଣା ପଡିଛି । ପିଲା ଲକୋଶ ନାଁରେ ଆନ୍ଧ୍ରପ୍ରଦେଶର ବବିଲି ଥାନାର ମଧ୍ୟ କେଶ ଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନେ ହେଲେ ଶରତ ଗରଡିଆ, ଦିନେଶ କେଡିଆ, ଲକ୍ଷମିକାନ୍ତ କଣ୍ଡା, ମୁର୍ତି ମିଣିୟାକା, ସୁଶାନ୍ତ କନ୍ଧପାଣି, ସନ୍ତୋଷ ରାୟ, ଲକିନାଥ କରକରିଆ, ବାବୁରାଓ କନ୍ଧପାଣି । ଫେରାର ହୋଇଥିବା ଅଭିଯୁକ୍ତ ମାନେ ହେଲେ ଯୁଧିଷ୍ଟିର ନାୟକ ଏବଂ ନରେନ୍ଦ୍ର କନ୍ଧପାଣି, ଯାହାଙ୍କ ନାମରେ ମଧ୍ୟ ଆନ୍ଧ୍ରପ୍ରଦେଶର ବବିଲି ଥାନାରେ ଏକ କେଶ ଥିବା ଜଣାପଡିଛି ।
ସେହିପରି ଗତମାସ ୧୦ ତାରିଖ ଦିନ ଟିକିରି ପଂଚାୟତ ଅନ୍ତର୍ଗତ ପୋଡାପାଡି ଗ୍ରାମରେ ହୋଇଥିବା ଡକାୟତି ଘଟଣାର ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଥିବା ଏସ.ପି ଶ୍ରୀ ରାହୁଲ ସୂଚନା ଦେଇଛନ୍ତି । ଘଟଣାରୁ ଜଣା ପଡିଛି ଯେ ଗତ ୧୦ ତାରିଖ ଦନ ପୋଡାପାଡି ଗ୍ରାମରେ ଡକାୟତ କରି ୩୦ ଗ୍ରାମ ସୁନା ସହ ୩ ତୋଳାର ଏ ମଙ୍ଗଳ ସୂତ୍ର ମଧ୍ୟ ଲୁଟ କରି ନେଇଥିଲେ । ଏବଂ ସେହି ଚୋରି ସୁନାକୁ ରାୟଗଡା ସଦର ମହକୁମା ସ୍ଥିତ କୁମୁଟୁଲପେଟାର ଟି ମୁରଲି ନାମକ ଜଣେ ସୁନାରୀକୁ ବିକ୍ରୀ କରିଦେଇଥିଲେ । ଆଜି ପୋଲିସ ସେହି ସୁନାରୀକୁ ଗିରଫ କରିବା ସହ ତାଙ୍କ ଠାରୁ ୨୦ ଗ୍ରାମ ସୁନା ଜବତ ହୋଇଥିବା ଜଣା ପଡିଛି । ଗିରଫ ହୋଇଥିବା ଡକାୟତ ମାନେ ହେଲେ ରାଜ କୁମାର ବାଗ, ସଂଜିତ ହିଆଲ, ଶ୍ରୀପତି ରାଣା, ପ୍ରେମାନନ୍ଦ କରକରିଆ, ଅଙ୍ଗଦ ମହାନନ୍ଦିଆ, ସୀମାଚଂଳ ମାଝି ଏବଂ ଫେରାର ଥିବା ଅଭିଯୁକ୍ତ ହେଲା କାହ୍ନୁ ଖୋସଲା ।
ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ବୋଲେର ଗାଡି, ୭ ଟି ମୋଟର ସାଇକେଲ, ଗୋଟିଏ ଖଣ୍ଡା, ୪ ଟି ଛୁରୀ, ୯ ଗୋଟି ମୋବାଇଲ, କିଛି ସ୍କୃୁ ଡ୍ରାଇଭର, ହାମାର, କିଛି କପଡା ଇତ୍ୟାଦି ଜବତ ହୋଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗନ୍ନାଥ ରାଓ, ରାୟଗଡା ଥାନାଧିକାରୀ କେ.ସିଏଚ.ଭତ୍ରା, ଚାନ୍ଦିଲି ଥାନାଧିକାରୀ ମନୋଜ କୁମାର ବେହେରା, ଟିକିରି ଥାନାଧିକାରୀ ସୁଗ୍ୟାନି ସାହୁ, ଥେରୁବାଲି ଫାଣ୍ଡି ଅଧିକାରୀ ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *