ଜିଲ୍ଲା ପରିକ୍ରମା

ରାୟଗଡା: ଜୁନ ୩ରୁ ବୁଲିବ ପରିରଥ, ବ୍ୟାଡ୍ ଟଚ୍ ଉପରେ ବାଣ୍ଟିବ ସଚେତନର ବାର୍ତ୍ତା

ରାୟଗଡା, ୨/୬/୨୦୧୭, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଆସନ୍ତା ୩ତାରିଖରୁ ରାୟଗଡା ଜିଲାରେ ବୁଲିବା ପରିରଥ। ସାରା ଭାରତରେ ବହୁଳ ବ୍ୟବହାର ବ୍ୟାଡଟଚ ଶବ୍ଧକୁ ନେଇ ୭ଦିନ ଧରି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ, ନାଚଗିତ ଓ ସଚେତନାତ୍ମକ ସଭା ମଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟବ ବୋଲି ଏକ ଖବରଦାତା ସମ୍ମୀଳନୀରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର କହିଛନ୍ତି। ଜିଲା ପୁଲିସ କାର୍ଯ୍ୟାଳୟର କକ୍ଷରେ ଅନୁଷ୍ଟିତ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତିଯେ, ଅପ୍ରାପ୍ତ ବୟସ୍କ ଝିଅଙ୍କ ସହ ବାଳିକାଙ୍କ ଉପରେ ବଢ଼ିଚାଲିଥିବା ଯୌନ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପରୀ ରଥର ପରିକଳ୍ପନା କରିଛିନ୍ତି। ଗତ ୨୮ତାରିଖିରେ ଏହି ରଥକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବାବେଳେ କୋରାପୁଟ ଜିଲାରେ ବୁଲିବାପରେ ଜୁନ ୩ତରିଖରେ ରାୟଗଡା ଜିଲାରେ ଆସି ପହଞ୍ଚବ। ୩ତାରିଖରେ ରାୟଗଡା ସଦର ମହକୁମାର ଜିସିଡି ପଡିଆ ଠାରେ ଏହାର ଉଦଘାଟନ କରିବାସହ ସକାଲ ୮ଟାରୁ ମଧ୍ୟାନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତତନ କରାଯିବ। ପରେ ଜିଲାର ଶେଷଖାଲ, ୪ତାରିଖରେ କାଶୀପୁର, ଦୋରାଗୁଡା, ଟିକିରି, ୫ତାରିଖରେ କଲ୍ୟାଣସିଂହପୁର, ଚାନ୍ଦିଲି, ୬ତାରିଖରେ ଗୁଣପୁର, ୭ତାରିଖରେ ପଦ୍ମପୁର, ଗୁଡାରୀ, ୮ତାରିଖରେ ବିଷମକଟକ ଓ ଶେଷ କାର୍ଯ୍ୟକ୍ରମ ସ୍ୱରୁପ ୯ତାରିଖରେ ମୁନିଗଡା ଏବଂ ଆମ୍ବାଦଳା ଠାରେ ଏହିରଥ ବୁଲି ସଚେତନ କରାଇବ। ସାରା ଭାରତବର୍ଷରେ ସ୍କୁଲରେ ବ୍ୟାଡଟଚ ନାମରେ ଅଶ୍ଲିଳତା ବଢ଼ୁଥିବାବେଳେ ମୁଖ୍ୟତ ସ୍କୁଲର ଛାତ୍ରୀଙ୍କୁ ସଚେତନାତା କରଯିବ ବେଲି ଏସପି ରାହୁଲ ପିଆର କହିଛନ୍ତି। ଏ ହି ସମ୍ମିଳନୀରେ ଅତିରିକ୍ତ ଏସପି ୱାଇ ଜଗନ୍ନାଥ ରାଓ ଏବଂ ଅଶୋକ ସାହୁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top