ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ

ରାୟଗଡା ୧୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ହୋଇଥିବା ଅଭି ଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍ ପ୍ରସୂତୀ ମହିଳାଙ୍କ ପରିବାର। ଗତ ରାତିରେ ପ୍ରସୂତୀ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ତାଙ୍କୁ ଏକ ମୃତ ଶିଶୁକନ୍ୟା ହସ୍ତାନ୍ତର କରାଯାଇଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟବସ୍ତା ଖରାପ ହୋଇପଡିବା ଏବଂ ପରେ ତାକୁ ଏସଏନସିୟୁରେ ରଖାଯାଇଥିଲା। କିଛି ଘଂଟା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଖବର ନେବାରୁ ଜଣାପଡିଛି ଯେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୁମ୍ଭାରଶିଳା ଗ୍ରାମର କବିତା କୁମ୍ଭାରଙ୍କ ଗତ ରବିବାର ଦିନ ପ୍ରସବ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ଗତକାଲି ରାତି ୧୦ ଟା ବେଳେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ପ୍ରସବ ପରେ କବିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟ ଥିବାରୁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସଂକଟପନ୍ନା ଥିବାରୁ ତାକୁ ଏସଏସସିୟୁରେ ରଖାଯାଇଥିଲା। ଆଜି ସକାଳେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ତେବେ ମହିଳାଙ୍କ ପରିବାରବର୍ଗ ତାଙ୍କ ଶିଶୁ ବଦଳ ହୋଇଥିବା ଅଭିଯୋଗ ଆଣିଛନ୍ତି। ଗତକାଲି ପ୍ରସବ ପରେ ସେଠାରେ ଥିବା ପରିବାର ଲୋକଙ୍କୁ ପୁତ୍ର ଶିଶୁ ଜନ୍ମ ହୋଇଛି ବୋଲି କୁହାଯାଇଥିଲା କିନ୍ତୁ ପରେ ଏକ ମୃତ ଶିଶୁ କନ୍ୟାକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଉଛି। ଏଡିଏମଓ ଶିବ ପ୍ରସାଦ ପାଢୀ ପିଲା ବଦଳ ହୋଇଥିବା ଅଭିଯୋଗକୁ ଅସ୍ୱିକାର କରିବା ସହ ଗତକାଲି କେବଳ ଦୁଇଟି ଶିଶୁ କନ୍ୟା ହିଁ ମେଡିକାଲରେ ପ୍ରସବ ହୋଇଛନ୍ତି। ତେଣୁ ପିଲା ଅଦଳ ବଦଳ ହୋଇନଥିବା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *