ଓଡ଼ିଶା

ରାୟଗଡା ଜିଲ୍ଲା ବିକାଶ ପରିଷଦର ଗଣଧାରଣା ୬ ଦିନରେ ପହଞ୍ଚିଲା : ଶୁଣୁନାହିଁ ପ୍ରଶାସନ

ରାୟଗଡା ତା-୨୨/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ବିକାଶ ପରିଷଦର ଗଣଧାରଣା ୬ ଦିନରେ ପହଞ୍ଚିଲା କିନ୍ତୁ ଶୁଣୁନାହିଁ ପ୍ରଶାସନ। ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୫ଦଫା ଦାବି ନେଇ ଜିଲ୍ଲା ବିକାଶ ପରିଷଦର ଆବାହକ ପ୍ରଦୀପ କୁମାର ଦାସ ଏବଂ ବି କାନ୍ତାରାଓ ଆବାହନ କ୍ରମେ ଚାଲିଥିବା ଗଣଧାରଣାର ସମାଧାନ ପାଇଁ କେହି ହେଲେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିନଥିବା ଜଣାପଡିଛି। ଏହି ଗଣଧାରଣାକୁ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମର୍ଥନ ମିଳୁଛି।ଗୁଣପୁର ଅଞ୍ଚଳର ମହିଳା ମାନେ ଆସି ଗଣଧାରଣା ସାମିଲ ହେବାର ଦେଖିବାକୁ ମିଳିଥିଲା। ଗତକାଲି ବିଜେପିର ଜାତୀୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳୀରାମ ମାଝୀ, ବିଜେପି ବରିଷ୍ଠ ନେତା ରଜତ ମାଦଳା ଓ ତାଙ୍କ ସହଯୋଗୀ ମାନେ ସମର୍ଥନ କରିଥିବା ବେଳେ ଆଜି ଆଦିବାସୀ ମହାସଂଘ ସଭାପତି ଆପଲସ୍ବାମି କାଡ୍ରାକା ଓ ତାଙ୍କ ସହଯୋଗୀ ସମର୍ଥନ କରୁଥିବା ବେଳେ। କଂଗ୍ରେସ ନେତା ମକରନ୍ଦ ମୁଦୁଲି ସହ ବିଭିନ୍ନ କଂଗ୍ରେସ କର୍ମୀ ସମର୍ଥନ କରିଛନ୍ତି। ଏହା ସହିତ ପ୍ରେସ ୟୁନିୟନ ସାମ୍ବାଦିକ ଗଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ଆଇନଜୀବୀ ଗୁରୁପ୍ରସାଦ ସାହୁ ଗଣଧାରଣା ସମର୍ଥନ କରିବା ସହ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ସ୍ଥାନରେ ଜିଲ୍ଲା ଅଦାଲତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ତୁରନ୍ତ କାର୍ଯ୍ୟ ଆରମ୍ଭ ହେବାକୁ ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉକି ୫ଦଫା ଦାବି ମଧ୍ଯରେ ଜିଲ୍ଲା ଅଦାଲତ ପରିସରରେ ପ୍ରସ୍ତାବିତ ଏବଂ ମଞ୍ଜୁର ଅନୁଦାନରେ ନୂତନ ସ୍ଥାୟୀ ଲୋକ ଅଦାଲତ, ପରିବାର ଲୋକ ଅଦାଲତ କୋଠା ଆରମ୍ଭ କରିବା, ଚନ୍ଦ୍ରପୁର ବ୍ଲକରେ ପ୍ରସ୍ତାବିତ ଅଦାଲତ କାର୍ଯ୍ଯକ୍ଷମ ସହ କୋଠା ନିର୍ମାଣ କରିବା, ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ଯାଳୟରେ ଓଡ଼ିଆ ଭାଷା ପ୍ରଚଳନ କରିବା ଏବଂ ଉକୁମ୍ବା ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତ ଭାବରେ ଘୋଷଣା କରିବା ଦାବୀରେ ଗଣଧାରଣା ଦିଆଯାଇଛି। ଏହି ଗଣଧାରଣା କୁ ୬ଦିନ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆଲୋଚନା କରିନଥିବାରୁ ଜିଲ୍ଲାର ବିଭିନ୍ନ ମହଲରେ ନିନ୍ଦା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top