ଓଡ଼ିଶା

ରାୟଗଡା ଜିଲ୍ଲାରେ ଭୟଙ୍କର ଡେଙ୍ଗୁ ଆତଙ୍କ: ପୁଣି ଆଠ ଜଣଙ୍କ ରକ୍ତ ନମନା ଗଲା କୋରାପୁଟ

ରାୟଗଡା ୦୯/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାରେ ଭୟଙ୍କର ଡେଙ୍ଗୁ ଆତଙ୍କ। ପୁଣି ଆଠ ଜଣଙ୍କ ରକ୍ତ ନମୂନା ଗଲା କୋରାପୁଟ ପରୀକ୍ଷାଗାରକୁ। ଡେଙ୍ଗୁ ଆତଙ୍କ ଅନ୍ୟ ଗ୍ରାମକୁ ବ୍ୟାପିବା ଆଶଙ୍କା ହେଉଛି କାରଣ ୧୫ ବର୍ଷୀୟ ଅଜୁ ମହାନନ୍ଦିଆ ତାଙ୍କ ମାମୁଘର ମାଲିଗାଁ କୁ ଚାଲିଯାଇଥିବା ତାଙ୍କ ବାପା ମଦନ ମହାନନ୍ଦିଆ କହିଛନ୍ତି। ଏପଟେ ଡାକ୍ତର ଟିମ ସକାଳ ଠାରୁ ଗ୍ରାମରେ ଥିବା ବେଳେ କେମିତି ରୋଗୀ ଅନ୍ୟ ଗ୍ରାମକୁ ଚାଲିଗଲେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗ୍ରାମର ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ସେ ତୁରନ୍ତ ଆଣିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ବର୍ତ୍ତମାନ ଗ୍ରାମର ବିଭିନ୍ନ ଘରେ ଅଜଣା ଜ୍ବର ରେ ପୀଡିତ ଅଛନ୍ତି। ସେପରି ମିଟୁ ହିମିରିକା ବୟସ ୧୯ ଏବଂ ତାଙ୍କ ବାପା ଧର୍ମିୟା ହିମିରିକା ବୟସ ୬୨ ପରିବାରର ନଅଜଣ ସଦସ୍ୟ ଥିବା ବେଳେ ଏହି ଦୁଇଙ୍କୁ ଅଜଣା ଜ୍ବରରେ ପିଡିତ ଅଛନ୍ତି ଦୁଇଙ୍କ ରକ୍ତ ନମୂନା ନେଇଛନ୍ତି ଡାକ୍ତର ବିଡମ୍ବନା ବିଷୟ ଏହିକି ଘରର ଅନ୍ୟ ସଦସ୍ୟଙ୍କୁ କୈଣସି ରକ୍ତ ନମୂନା ନେବା କି ପ୍ରତିଷୋଧକ ଔଷଧ ଦେଇ ନ ଥିବା କହିଛନ୍ତି ଧାର୍ମିୟା ହିମିରିକା।

ପାଞ୍ଚ ଜଣ ଡେଙ୍ଗୁ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା କହିଛନ୍ତି ଆୟୁଷ ଡାକ୍ତର ଶ୍ରୀ ସୁନିଲ କୁମାର ମହାପାତ୍ର ବିଡମ୍ବନାର ବିଷୟ ଏହି କି ଭୟାବହ ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଆୟୁର୍ବେଦ ଡାକ୍ତର ନିୟୋଜିତ କରିବା ହାସ୍ୟାସ୍ପଦ କଥା ଅଟେ। ରାୟଗଡା ସହର ଠାରୁ ମାତ୍ର ୭ କିଲୋମିଟର ଦୂରତା ଯଦିଓ ଏପରି ବ୍ୟବସ୍ଥା କରିଛନ୍ତି ଜିଲ୍ଲାଚିକିତ୍ସା ଅଧିକାରୀ ତେବେ ଦୁର୍ଗମ ଅଞ୍ଚଳରେ ଏହି ରୋଗ ହୋଇଥାନ୍ତା କଣ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ ଅନୁମାନ କରିବା କଥା। ଯଦିଓ ଡେଙ୍ଗୁ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା କରାଯିବାର ଓଡିଶା ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରାଥମିକ ପରୀକ୍ଷାରୁ ଜଣାପଡିଥିବା ରୋଗୀଙ୍କୁ କାହିଁକି ମୂଖ୍ୟ ଚିକିତ୍ସାଳୟର ଡେଙ୍ଗୁ ଓ୍ବାଡକୁ ଅଣାଯାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବର୍ତ୍ତମାନ ମୂଖ୍ୟ ଚିକିତ୍ସାଳୟର ଡେଙ୍ଗୁ ୱାର୍ଡରେ କୌଣସି ରୋଗୀ ନାହାନ୍ତି ଖାଲି ପଡିଛି ୱାର୍ଡ। ଗ୍ରାମର ପରିମଳ ବ୍ୟବସ୍ଥା ସଙ୍ଗିନ ଥିବା ଜଣାପଢୁଛି ବର୍ଷ ବର୍ଷ ଧରି ଡ୍ରେନ ସଫା ହୋଇନଥିବା ବେଳେ ବର୍ତ୍ତମାନ ଗ୍ରାମର ଛୋଟ ପିଲା ଠାରୁ ଯୁବ ଗୋଷ୍ଠୀ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଯଦ୍ବାରା ଗ୍ରାମର ରାସ୍ତା କଡରେ କୁଢ କୁଢ ଅସନା ପଡିରହିଛି। ପ୍ରଶାସନ ପକ୍ଷରୁ ଗ୍ରାମରେ କୈଣସି ସ୍ଥାନରେ ବ୍ଲିଚିଙ୍ଗ ମଧ୍ୟ ପଡିନଥିବା ସ୍ବଷ୍ଟ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top