ଓଡ଼ିଶା

ରାୟଗଡା ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ରାୟଗଡା ୭/୦୮ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାଜଧାନୀ ପରେ ରାୟଗଡା ଜିଲ୍ଲାରେ ଖେଳି ଯାଇଛି ଡେଙ୍ଗୁ ଆତଙ୍କ। ରାୟଗଡା ସହର ଠାରୁ ମାତ୍ର ୭ କିଲୋମିଟର ଦୂର ବୀରନାରାୟପୁରରେ ଗ୍ରାମରେ ପାଞ୍ଚ ଜଣଙ୍କ ଠାରେ ଡେଙ୍ଗୁ ଭୂତାଣୁ ଥିବା ପ୍ରାଥମିକ ପରୀକ୍ଷାରୁ ଚିହ୍ନଟ କରାଯାଇଛି।

କୋରାପୁଟ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ୧୩ ଜଣ ରୋଗୀଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା ସେଥିମଧ୍ୟରୁ ପାଞ୍ଚଜଣ ରୋଗୀଙ୍କର ରକ୍ତ ନମୂନାରେ ଡେଙ୍ଗୁ ଭୂତାଣୁ ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି। ଏ ବିଷୟରେ ରାୟଗଡା ଏଡିଏମ ଡାକ୍ତର ବି ଏଲ ଏନ ପୃଷ୍ଟି କହିଛନ୍ତି ଯେ ପ୍ରାଥମିକ ପରୀକ୍ଷା ରିପୋର୍ଟରୁ ପାଞ୍ଚଜଣ ରୋଗୀଙ୍କଠାରେ ଡେଙ୍ଗୁ ଭୂତାଣୁ ଥିବା ଜଣା ପଡିବାପରେ ଏମାନଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ନଜର ରଖିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ରକ୍ତ ନମୂନାର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ପିଡିତାମାନେ ହେଲେ ରଞ୍ଜିତା ତାଡିଙ୍ଗି ବୟସ ୨୦, ପବିତ୍ର କାଡ୍ରାକା ବୟସ ୭, କୁମାରୀ ସାରକା ବୟସ ୧୭, ସଞ୍ଜୁ ମହାନନ୍ଦିଆ ବୟସ ୧୫ ଏବଂ ମାଧବୀ ସାରକା ବୟସ ୨୩ ଏହି ଗ୍ରାମର ଜନସଂଖ୍ୟା ୮୦୦ ଉର୍ଦ୍ଧ୍ବ ବସବାସ କରୁଥିବା ବେଳେ ବର୍ତ୍ତମାନ ୬୦ରୁ ଉର୍ଦ୍ଧ୍ବ ଲୋକ ଅଜଣା ଜ୍ବର ଦୀର୍ଘ ଦୁଇ ସପ୍ତାହ ଧରି ରୋଗରେ ପୀଡିତ ଥିବା ବେଳେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ଗ୍ରାମକୁ ଯାଇ ପରିମଳ ବ୍ଯବସ୍ଥା ଜଳ ବିଷୋଧନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସୋସିଆଲ ମିଡିଆରେ ଏନଆରଏଚଏମ ବିଭାଗ ପକ୍ଷରୁ ନିଜେ ଡିପିଏମଓ ଶ୍ରୀ ରାଜେଶ୍ବର ପଟ୍ଟନାୟକ ବିଗତ ଦିନରେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଟୁଇଟ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ ଯେ ମାର୍ଚ୍ଚ ମାସରେ ମାଲେରିଆ ମୁକ୍ତ ରାୟଗଡ଼ା ଜିଲ୍ଲା ବିଡମ୍ବନାର ବିଷୟ ଏହିକି ଯେ ସୋସିଆଲ ମିଡିଆରେ ଜିଲ୍ଲା ବାସୀ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ଡାହା ମିଛ ତଥ୍ୟ ଆଜି ପଦାରେ ପଡିଛି ଏଭଳି ଭୂଲ ତଥ୍ୟ ପ୍ରଦାନ କରିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ କଲ ଗ୍ରହଣ କରିନଥିଲେ।
ମେଲେରିଆ ମୁକ୍ତ ହେବାର ରହସ୍ୟ ହେଉଛି ସରକାରୀ ପରୀକ୍ଷାଗାରରେ ପରୀକ୍ଷାରେ ଯଦିଓ ମେଲେରିଆ ଜୀବାଣୁ ଚିହ୍ନଟ ହୁଏ ତେବେ ସେ ରକ୍ତ ନମୂନା ଭୁବନେଶ୍ୱର ପଠାଯିବାର ପ୍ରାବଧାନ ରହିଛି କାରଣ ଅତ୍ୟାଧୁନିକ ପରୀକ୍ଷାଗାର ନମୂନା ସତ୍ୟତା ପାଇଁ। ଆମେ ଜଣେ ସରକାରୀ ଡାକ୍ତର ବିଶେଷଜ୍ଞ ଠାରୁ ବୁଝିନେଲୁ ଯେ କୈଣସି ବ୍ଯକ୍ତିଙ୍କୁ ମେଲେରିଆ ହେବାର ପ୍ରମାଣିତ ହୋଇଛି ତେବେ ସେ ପରିବାର ସହ ୫୦୦ ମିଟର ପର୍ଯ୍ୟନ୍ତ ପ୍ରତିଷେଧକ ଔଷଧ ପ୍ରଦାନ କରିବା ସହ ସେ ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ନିୟମ ଅଛି କିନ୍ତୁ ଜିଲ୍ଲାର ପରୀକ୍ଷାଗାର ନିରୀକ୍ଷକ ମାନେ ନା ରହେଗା ବାଶ ନା ବାଜେଗା ବାଶୂରି ନ୍ଯାୟରେ କୈଣସି ରିପୋର୍ଟ ପଠାନ୍ତି ନାହିଁ ଅର୍ଥାତ ନିଜ ମୁଣ୍ତରୁ ଅଠା ଛଡାଇବା ପାଇଁ ଏହି ବ୍ୟବସ୍ଥା ଆପେଣେଇଛନ୍ତି ନିରିକ୍ଷକ ମାନେ ଯାହାର ଉଦାହରଣ ମାର୍ଚ୍ଚ ମାସରେ ମାଲେରିଆ ମୁକ୍ତ ରାୟଗଡା କହି ପ୍ରଶାସନ ବାହା ବାହା ମାରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top