ରାୟଗଡାରେ ପିଲା ଚୋର ଆତଙ୍କ ସନ୍ଦେହ ଘେରରେ ୪ ଅଟକ

ରାୟଗଡା ୨୧/୦୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସହର ତଥା ଆଖପାଖ ଅଂଚଳରେ ପିଲା ଚୋର ଆତଙ୍କ ଦେଖାଦେଇଛି। ଆଜି ରାୟଗଡା ସହର ସ୍ଥିତ ଆର.ଡି ଅଫିସ ନିକଟରୁ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ନିସ୍ତୁକ ମାଡ ମାରିଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ ସନ୍ଦିଗ୍ଧ କୁ ଉଦ୍ଧାର କରି ଥାନା କୁ ନେଇ ଆସିଥିଲେ। ସେହିପରି ଜିମିଟିପେଟା ଗ୍ରାମ ଠାରେ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ଗାଁ ଲୋକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଏ ସଂପର୍କରେ ପୋଲିସ ଖବର ପାଇଁ ସନ୍ଦିଗ୍ଧ ଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଉଭୟ ସନ୍ଦିଗ୍ଧକୁ ଜିଲ୍ଲା ଚିକିତ୍ସା ମୁଖ୍ୟାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଥାନା ହାଜତରେ ରଖାଯାଇଛି।

ଆଜି ସକାଳୁ ସକାଳୁ ଏ ନେଇ ସୋସିଆଲ ମିଡିଆରେ ଆନ୍ଧ୍ର ପ୍ରଦେଶ (ଓଡିଶା ସୀମାନ୍ତ ପାର୍ବତିପୁରମ ଏବଂ ବିଜୟନଗରମ ଅଂଚଳର) ପିଲା ଚୋରି ସମ୍ବନ୍ଧୀୟ ଏକ ବିଭିନ୍ନ ଭିଡିଓ ଭାଇରାଲ ହେବା ଯୋଗୁଁ ରାୟଗଡା ସହରରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଅଭିଭାବକ ମାନେ ଭୟରେ ପିଲା ମାନଙ୍କୁ ବାହାରକୁ ଛାଡି ନଥିବାର ଦେଖାଦେଇଥିଲା। ଏପଟେ ଥାନା ସମ୍ମୁଖରେ ପିଲା ଚୋର ସନ୍ଦିଗ୍ଧ କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା। ଥାନା ସମ୍ମୁଖରେ ଏତେ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ଯେ ସେଠାରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଲୋକଙ୍କୁ ଆୟତ କରିବା ପାଇଁ ଥାନା ଗେଟ ସମ୍ମୁଖରେ ପୋଲିସ ମୃତୟନ କରାଯାଇଥିଲା। ରାୟଗଡା ଏସ.ଡି.ପି.ଓ ରାଜ କିଶୋର ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ ଯେ ବର୍ତମାନ ସୁ୍ଦ୍ଧା କୌଣିସ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ ଯେ ଗରିଫ ହୋଇଥିବା ସନ୍ଦିଗ୍ଧ ମାନେ ପିଲା ଚୋରୀ କାର୍ଯ୍ୟରେ ଲିପ୍ତ ଥିଲେ। ବର୍ତମାନ ଅନୁସନ୍ଧାନ ଜାରୀ ରହିଛି। ତେଣୁ ସୋସିଆଲ ମିଡିଆରେ ଭାଇରାଲ ହୋଉଥିବା ଭିଡିଓର ସତ୍ୟତା କୁ ନ ବୁଝି ଅଯଥା ଭିଡିଓକୁ ଭାଇରାଲ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏବଂ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖନ୍ତି ତାହା ହେଲେ ପୋଲିସ କୁ ଖବର ଦେବାପାଇଁ ଶ୍ରୀ ଦାସ କହିଥିଲେ। ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗନ୍ନାଥ ରାଓ, ଏସ.ଡି.ପି.ଓ ରାଜକିଶୋର ଦାସ, ରାୟଗଡା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର ଅନୁସନ୍ଧାନ ଜାରୀ ରଖିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ କଲ୍ୟାଣସିଂହପୁର ଥାନାରେ ଜଣେ ଛତିଶଗଡ ମହିଳାକୁ ପିଲା ଚୋରୀ ସନ୍ଦେହରେ ଅଟକ ରଖାଯାଇଛି। ରାୟଗଡା ଥାନାରେ ଅଟକ ରଖାଯାଇଥିବା ୨ ସନ୍ଦିଗ୍ଧ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟଜଣେ ବାଙ୍ଗଲାଦେଶୀ ବୋଲି ଜଣାପଡିଛି। ସେହିଭଳି ଶେଷଖାଲ ଥାନାରେ ଜଣଙ୍କୁ ପିଲା ଚୋରୀ ସନ୍ଦିଗ୍ଧ ନେଇ ପୋଲିସ ଅଟକ ରଖିଛି। ଏ ନେଇ ପୋଲିସ ପକ୍ଷରୁ କୌଣସି ମାମଲ ରୁଜ୍ଜୁ ହୋଇନଥିବା ଜଣାପଡିଛି। ଅପର ପକ୍ଷେ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ବିଷୟରେ ସେମାନଙ୍କର ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

Leave a Reply

Your email address will not be published. Required fields are marked *