ରାୟଗଡାରୁ ଜୟପୁର ଆସୁଥିବା ଜଣେ ଯାତ୍ରୀଙ୍କ ବସରେ ମୃତ୍ୟୁ

 

କୋରାପୁଟ ; ତା୧୫-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ରାୟଗଡାରୁ ଜୟପୁର ଆସୁଥିବା ଜଣେ ଯାତ୍ରୀଙ୍କ ବସରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ଜୟପୁର ପିଆର ପେଟାର ବି.କ୍ରୀଷ୍ଣା ରାଓଙ୍କ ପୁତ୍ର ବି .ରାଜୁ (୩୦ ବର୍ଷ) ଏକ ଉତ୍ସବରେ ଯୋଗଦେବା ନିମନ୍ତେ ରାୟଗଡା ଯାଇଥିଲେ। ରାୟଗଡାରୁ ଘରୋଇ ବସ ଏସବିଏମଏସ ଗାଡିରେ ରାୟଗଡାରୁ ଫେରୁଥିଲେ।ଚିନ୍ଦ୍ରୀ ରାସ୍ତା ନିକଟରେ ବାନ୍ତି କଲା ପରେ ପଛ ସିଟରେ ବସିଥିଲେ ବୋଲି ବସ କଣ୍ଡଟର ବାବୁଲି ନାୟକ ପ୍ରକାଶ କରିଥିଲେ।କୋରାପୁଟସ୍ଥିତ ମାଉସୀମା ମନ୍ଦିର ରାସ୍ତାଠାରେ ବସରେ ଢଳି ପଡିଥିଲେ ବୋଲି ସେ ସୂଚନା ଦେଇଥିଲେ।ଏହାପରେ କୋରାପୁଟ ଟ୍ରାଫିକ ଛକ ନିକଟରେ ଯାତ୍ରୀମାନଙ୍କୁ ଓହ୍ଲାଇଦେଇ ପୋଲିସ କୁ ଖବର ଦେଇଥିଲେ ଓ ରାଜୁଙ୍କ ମୋବାଇଲେ ଏକ ନମ୍ବରେ ଫୋନ ଆସିବାରୁ ସେ ସମସ୍ତ ବିଷୟ ଜଣାଇ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ।ସଂପର୍କିୟ ଓ ପୋଲିସ ପହଂଚିବା ପରେ ଏକ ଅଟୋରେ କୋରାପୁଟ ମେଡିକାଲକୁ ନେଇଥିଲେ।ମେଡିକାଲରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ।ସେ ଜୟପୁରେ ପରିବାର ବ୍ୟବସାୟ କରୁଥିଲେ ଓ ସେ ୪ ବର୍ଷ ତଳେ ବିବାହ କରିଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *