ରାୟଗଡ଼ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ

ରାୟଗଡା ତା-୦୬/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ବିକାଶ ପରିଷଦ ଗତକାଲି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆବାହକ ଆଇନଜିବୀ ପ୍ରଦୀପ କୁମାର ଦାସ କହିଥିଲେ ରାୟଗଡା ଏକ ଉପାନ୍ତ ଜିଲ୍ଲା। ଏଠାରେ ବସବାସ କରୁଥିବା ଲୋକ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଥିବା ବେଳେ। ଏଠାରେ ପ୍ରଶାସନିକ ଅଧିକାରୀ ମାନେ ଅସହଯୋଗ ଓ ନିରବତା ଯୋଗୁଁ ଜିଲ୍ଲାବାସୀ ଉପରେ ପ୍ରତିଫଳିତ ହେଉଛି। ଯଥା ସରକାର ଓଡିଆ ଭାଷାକୁ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ରାୟଗଡା ସହରରେ ଘରୋଇ ଚେନାଲ ବିତରଣ ସଂସ୍ଥା ବିଭିନ୍ନ ଓଡ଼ିଆ ଚେନାଲ ଗୁଡିକ ପ୍ରସାରଣ କରୁନଥିବା ଯୋଗୁଁ ସହରରେ ଓଡିଆ ଚେନାଲ ଦେଖିବାରୁ ବଞ୍ଚିତ ହେଉଛନ୍ତି। ତାହା ପ୍ରସାରଣ କରିବା ପାଇଁ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ ତାହା କାର୍ଯ୍ଯକାରୀ ନହୁଏ ତେବେ ଚଳିତ ସେପ୍ଟେମ୍ବର ମାସ ୧୦ ତାରିଖରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ସହଯୋଗରେ ଜିଲ୍ଲା ଅଦାଲତ ଓ ଅନ୍ୟାନ୍ୟ ଅଦାଲତର କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏହାର ପ୍ରତିବାଦରେ ବାରମ୍ବାର ରାଜ୍ୟ ସରକାର ରାଜ୍ୟ ଅଦାଲତକୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଣୁ ଏହାର ପ୍ରତିବାଦରେ ସେପ୍ଟେମ୍ବର ୧୭ରୁ ରାୟଗଡା ଜିଲ୍ଲା ଅଦାଲତ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି। ସେଭଳି ରାମନାଗୁଡା ବ୍ଲକ ଉକୁମ୍ବା ଗ୍ରାମ ପଞ୍ଚାୟତକୁ ସଂପୂର୍ଣ୍ଣ ମଦ ମୁକ୍ତ ଘୋଷଣା ଦାବିରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଅକ୍ଟୋବର ୨ରୁ ଧାରଣା ଦିଆଯିବ ବୋଲି ଆବାହକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜେମସ ଶବର, ବୋମାଲି କାନ୍ତାରାଓ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *