ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରଦେଶ କଂଗ୍ରେସରେ ଖୁସିର ଲହରୀ

ଭୁବନେଶ୍ୱର ତା ୫.୧୨ (ଓଡ଼ିଆ ପୁଅ) – ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଭାବେ ରାହୁଲ ଗାନ୍ଧୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବାକୁ ଯାଊଥିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହି ଅବସରରେ ଆଜି କଂଗ୍ରେସ ଭବନ ଠାରେ ଶହ ଶହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବାଜା, ବାଣ ସହ ମିଷ୍ଟାନ୍ନ ବଣ୍ଟନ କରି ସ୍ୱାଗତ କରିଥିଲେ। ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ କଂଗ୍ରେସ ମଜବୁତ ହୋଇ କାର୍ଯ୍ୟ କରିବ ବୋଲି ନେତା ଓ କର୍ମୀମାନେ ମତପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ଚିନ୍ମୟ ପ୍ରସାଦ ବେହୁରା, ବିରେନ୍ ମୋହନ ପଟ୍ଟନାୟକ, ପ୍ରତାପ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ସନତ୍ ଦାସ, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ଜ୍ୟୋତିଷ ସାହୁ, ପ୍ରକାଶ ମିଶ୍ର, ମନୋରଞ୍ଜନ ରାଉତରାୟ, ଲିଙ୍ଗରାଜ ସାହୁ, ବିକାଶ ଗରାବଡୁ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ଦେବେନ୍ଦ୍ର ମହାନ୍ତି, ସିଲି ସେଠୀ, ସଞ୍ଜୟ ରାୟ, ରାଜକିଶୋର ବାରିକ, ବାଙ୍କନିଧି ବେହେରା, ବଟକୃଷ୍ଣ ରାଉତରାୟ ଓ ମନୋଜ କୁମାର ସାହୁ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *