ଓଡ଼ିଶା

ରାସ୍ତା ମରାମତି ନହେବାରୁ କାଦୁଅ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ମାଲକାନଗିରି, ୫ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ବେଜାଙ୍ଗଓ୍ୟାର୍ଡା ପଚାଂୟତର ଏମଭି ୧୨୪ ଗ୍ରାମରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲେ ମଧ୍ୟ ବାରମ୍ବାର ଦାବି କଲାପରେ ସେହି ରାସ୍ତା ମରାମତି କରାଯାଉନଥିବାରୁ ଗ୍ରାମବାସୀମାନେ ରାସ୍ତା ମଝିରେ ଧାନତଳି ରୋଇଛନ୍ତି। ଗତ ୫ ବର୍ଷ ହେଲା ଏମଭି ୧୨୪ ଗ୍ରାମ ମୁଖ୍ୟରାସ୍ତା ଖରାପ ହୋଇ ଯାଇଥିବାରୁ ଗ୍ରାମବାସୀମାନେ ବ୍ଲକ, ପଚାଂୟତ ଅଧିକାରୀମାନଙ୍କୁ ରାସ୍ତା ମରାମତି କରିବା ପାଇଁ ଦାବି କରି ଆସୁଥିଲେ। ଏହି ରାସ୍ତା ଦେଇ ଏମଭି ୩୮, ଏମଭି ୩୯, ଏମପିଭି ୧୫ ଗ୍ରାମର ଶତାଧିକ ଗ୍ରାମବାସୀ ଯାତାୟତ କରିଥାନ୍ତି। ଚଳିତ ବର୍ଷ ଲଗାଣ ବର୍ଷାହେବା ଦ୍ୱାରେ ଏହି ରାସ୍ତା ଧୋଇହୋଇ ଅଧିକ ଖରାପ ହୋଇ କାଦୁଅ ପାଣିରେ ଭରପୁର ହୋଇ ଯାଇଥିବାରୁ ଉକ୍ତ ରାସ୍ତାରେ ଚାଲିକି ଯିବା କଷ୍ଟକର ହୋଇ ପଡୁଛି। ଏମିତି କି ଛୋଟଛୋଟ ପିଲାମାନେ ସ୍କୁଲକୁ ଯିବା ବେଳେ କାଦୁଅରେ ସେମାନଙ୍କ ଗୋଡ ଖସି ପଡିଯାଉଥିବାର ଦେଖିବାକୁ ମିଳୁଛି। ଚାଲିକି ଯିବା ଆସମ୍ଭବ ହୋଇପଡୁଥିବା ବେଳେ ଗାଁକୁ ଯାନବାହନ କିମ୍ବା ଆମ୍ବୁଲାନ୍ସ ଟିଏ ଆସିବା କଷ୍ଟକର ହୋଇଥାଏ। ଏ ନେଇ ଗ୍ରାମବାସୀମାନେ ଅନେକ ଥର ପଚାଂୟତ ବ୍ଲକରେ ଜଣାଉଥିଲେ ମଧ୍ୟ ରାସ୍ତା ମରାମତ ପ୍ରତି କୈଣସି ବ୍ୟବସ୍ଥା କରା ଯାଇନଥିବାରୁ ଏମଭି୧୨୪ ଗ୍ରାମର ଶାନ୍ତି ମଣ୍ଡଳ, ଶିଶିର ମିର୍ଦ୍ଦା, ପ୍ରଭାଷ ବୈଦ, ବିମଲ ମଣ୍ଡଳଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାନେ କାଦୁଅ ରାସ୍ତାରେ ଧାନତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top